ପୁଣି ଏନସିବିରେ ହାଜର ହେଲେ ରିୟା

ପୁଣି ଏନସିବିରେ ହାଜର ହେଲେ ରିୟା

ପୁଣି ଏନସିବିରେ ହାଜର ହେଲେ ରିୟା
ପ୍ରାୟ ୩ ମାସ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଦେଖିବାକୁ ମିଳିଥିଲା । ନୂଆ ଘର ଖୋଜିବାକୁ ଭାଇ ସୌଭିକଙ୍କ ସହ ବାନ୍ଦ୍ରାରେ ବୁଲୁଥିବା ବେଳେ ସେ ସମସ୍ତଙ୍କ ନଜରକୁ ଆସିଥିଲେ । ପୁଣି ସେ ଏନସିବି କାର୍ଯ୍ୟାଳୟ ସାମ୍ନାରେ ନଜର ଆସିଛନ୍ତି । ତାଙ୍କ ସହ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ବି ଥିଲେ । ରିୟା ଏନସିବି କାର୍ଯ୍ୟାଳୟରେ ନିଜ ଉପସ୍ଥାନ ପକାଇବାକୁ ହାଜର ହୋଇଥିଲେ । ଭାଇ ସୌଭିକ ବି ଉପସ୍ଥାନ ପକାଇଛନ୍ତି । ଜାମିନରେ ଜେଲରୁ ମୁକ୍ତ ହେବା ପରେ ସମୟ ସମୟରେ ଏନସିବି ସମ୍ମୁଖରେ ଉପସ୍ଥିତ ହେବା ସେମାନଙ୍କ ଆବଶ୍ୟକ ଓ ଏହା ଜାମିନର ନିୟମ ମଧ୍ୟ ।