ଗୁଣି ସନେ୍ଦହରେ ଗଲା ଗାଁ ମୁଖିଆଙ୍କ ଜୀବନ

ଗୁଣି ସନେ୍ଦହରେ ଗଲା ଗାଁ ମୁଖିଆଙ୍କ ଜୀବନ

ଗୁଣି ସନେ୍ଦହରେ ଗଲା ଗାଁ ମୁଖିଆଙ୍କ ଜୀବନ
ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଘର୍ଷାପଲ୍ଲୀ ଗାଁ ମୁଖିଆ ତଥା ୱାର୍ଡମେମ୍ବର ବାର୍ଷି ଚିନାଙ୍କୁ ହତ୍ୟା ମାମଲାର ପର୍ଦ୍ଧାଫାସ ହୋଇଛି । ଏହାକୁ ସାମ୍ନାକୁ ଆଣିଛି ମୋଟୁ ପୋଲିସ । ଗୁଣିଗାରେଡି ସନେ୍ଦହରେ ବାର୍ଷିଙ୍କୁ ହତ୍ୟା କରାଯାଇଥିବା କଥା ପୋଲିସ ସ୍ପଷ୍ଟ କରିଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଘର୍ଷାପଲ୍ଲୀ ଗ୍ରାମର ୱିକା ବୋଜି, ରାମା ମୋରକୁ, ଗଙ୍ଗା ମୋରକୁ । ପୁଲିସ ସୂଚନା ଅନୁଯାୟୀ, ଗତ ୧ ତାରିଖ ରାତିରେ ଘରେ ଶୋଇଥିଲେ ୱାଡ ମେମ୍ବର ବାର୍ଷି । ରାତି ପ୍ରାୟ ୨ଟାରେ ଘର୍ଷାପଲ୍ଲୀ ଗ୍ରାମର ୱିକା ବୋଜି, ରାମା ମୋରକୁ, ଗଙ୍ଗା ମୋରକୁ ତାଙ୍କୁ ଘରୁ ବାହାନା କରି ନେଇଯାଇଥିଲେ । ଘର ଆଗରେ ତାଙ୍କୁ ନିସ୍ତୁକ ମାଡମାରି ଜୀବନରୁ ମାରି ହତ୍ୟା କରିଥିଲେ । ମୃତଦେହକୁ ଘର ଆଗରେ ଫିଙ୍ଗି ଚାଲିଯାଇଥିଲେ । ପରଦିନ ସକାଳେ ଘର ଆଗରେ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ମୋଟୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦୁଇଦିନ ଭିତରେ ୩ ଅଭିଯୁକ୍ତଙ୍କୁ ଠାବ କରିଥିଲା ପୋଲିସ । ଜେରା ବେଳେ ଦୀର୍ଘ ଦିନ ଧରô ଗାଁରେ ବାର୍ଷି ଗୁଣିଗାରେଡି କରୁଥିବା ସନେ୍ଦହରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି ସେମାନେ ସ୍ୱୀକାର କରିଛନ୍ତି ।