ପୁରୀବାସୀଙ୍କୁ ତ୍ୟାଗ ପାଇଁ ନବୀନଙ୍କ ଆହ୍ୱାନ

ପୁରୀବାସୀଙ୍କୁ ତ୍ୟାଗ ପାଇଁ ନବୀନଙ୍କ ଆହ୍ୱାନ

ପୁରୀବାସୀଙ୍କୁ ତ୍ୟାଗ ପାଇଁ ନବୀନଙ୍କ ଆହ୍ୱାନ
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚାରି ପାଖରେ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ନିଶ୍ଚିତ । ଶୁକ୍ରବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ଏହା ଜଣାଇଛନ୍ତି । ଏଥିସହ ପୁରୀବାସୀଙ୍କୁ କିଛି ତ୍ୟାଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି । ତ୍ୟାଗ ନାମରେ ଇତିହାସକୁ ମନେପକାଇ ବଳିଦାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ବିଶର ମହାନ୍ତିଙ୍କ ତ୍ୟାଗ କଥା କହି ପୁରୀବାସୀଙ୍କୁ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀଭାବେ କଥା ଦେଉଛି, କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ । ସୁରକ୍ଷାଜୋନରେ ଆସୁଥିବା ଘର ଓ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଓଡ଼ିଆ ଜାତି ଅନେକ ତ୍ୟାଗ କରିଛି । ଘର ଛାଡ଼ିଛି, ଜାଗାରୁ ଜାଗା ବୁଲିଛି । ପ୍ରଭୁ ପାତାଳି ବି ହୋଇଛନ୍ତି । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡ଼ିଆ ଜାତିର ଧର୍ମ । ଏବେ ସାରା ବିଶ୍ୱ ପାଇଁ ଆତଙ୍କବାଦ ବଡ଼ ସମସ୍ୟାଭାବେ ଉଭା ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆସିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ଜରୁରୀ । ଏହା ଦ୍ୱାରା କିଛି ପରିବାର କ୍ଷତିଗ୍ରସ୍ତ ହୋଇପାରନ୍ତି । କିନ୍ତୁ ଶ୍ରୀମନ୍ଦିର ନିରାପତ୍ତା ପାଇଁ ଏତ୍ୟାଗ ଗୁରୁତ୍ୱପୂର୍ଣ୍ଣ । ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରିବାକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।