୭୫ ଦିନର ଶିଶୁ ଚୋରି ଥାନାରେ ମାମଲା

୭୫ ଦିନର ଶିଶୁ ଚୋରି ଥାନାରେ ମାମଲା

୭୫ ଦିନର ଶିଶୁ ଚୋରି ଥାନାରେ ମାମଲା
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ପାରାଦ୍ୱୀପ ଲକ୍ ପଡାରୁ ୭୫ଦିନର ଶିଶୁ ଚୋରି । ଶିଶୁଟିର ସାଇ ସାମଲ । ବାଲିକୁଦା ତିତିରା ଗ୍ରାମର ଶତୃଘ୍ନ ସାମଲ ନିଜ ସମ୍ପକୀୟ ଭିଣୋଇ ପାରାଦ୍ୱୀପ ଲକପଡାର କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ଗତ ୧୭ତାରିଖ ଦିନ ବୁଲିବାକୁ ଆସିଥିବାବେଳେ ତାଙ୍କ ଘରେ କାମ କରୁଥିବା ମହିଳା ମାନିନୀ ସାହୁ, ପିତା-ପ୍ରଫୁଲ ସାହୁ, ଘର ପାରାଦ୍ୱୀପ ଗଡ ସାଇକୁ ନେଇ ଖେଳାଉଥିଲା ବେଳେ ହଠାତ୍ ମାନିନୀ କିମ୍ବା ୭୫ଦିନର ଶିଶୁ ସାଇର ଦେଖାମିଳୁନଥିବା ଶତୃଘ୍ନ ଥାନାରେର ଅଭିଯୋଗ କରିଛନ୍ତି । ପାରାଦ୍ୱୀପ ଥାନାରେ ଏନେଇ ଲିଖିତ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁକରି ଉଭୟଙ୍କୁ ଖୋଜୁଥିବା କୁହାଯାଉଛି । ଘଟଣା ପଛରେ ସମ୍ପତି ଓ ମୋଟା ଅଙ୍କର ପଇସା ଲୋଭ ଥିବା ଆଲୋଚନା ହେଉଥିବା ବେଳେ ମାନିନୀ କୃଷ୍ଣଚନ୍ଦ୍ରଙ୍କ କଟକସ୍ଥ ଭଉଣୀ ଘରେ କାମ କରୁଥିବା ଓ ସେ କିଭଳି ପାରାଦ୍ୱୀପ ଆସିଲା ଏବଂ ଶତୃଘ୍ନ କ’ଣ ପାଇଁ ବାଲିକୁଦା ତିତିରାରୁ କୃଷ୍ଣଙ୍କ ଘରକୁ ଆସିଥିଲେ ତାହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ୭୫ଦିନର ଶିଶୁ ସାଇକୁ ମାନୀନି ସମସ୍ତଙ୍କ ଜଣାତରେ କିମ୍ବା ଅଜଣାତରେ ନେଇ କେଉଁ ଆଡେ ଚାଲିଗଲା ତାହା ଏବେ ସବୁଠାରୁ ବଡଚର୍ଚ୍ଚାର ବିଷୟ ପାଲଟିଛି ।