ଚିଦାମ୍ବରମଙ୍କ ନାମରେ ଲୁକଆଉଟ

ଚିଦାମ୍ବରମଙ୍କ ନାମରେ ଲୁକଆଉଟ

ଚିଦାମ୍ବରମଙ୍କ ନାମରେ ଲୁକଆଉଟ
ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରବର୍ତନ ନିଦେ୍ର୍ଧଶାଳୟ ତାଙ୍କ ନାମରେ ଲୁକଆଉଟ ସର୍କୁଲାର ଜାରି କରିଛି । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସି ଯାଇଥିବା ଚିଦାମ୍ବରମ ଯେକୌଣସି ମୁହୂର୍ତରେ ଗିରଫ ହେବାର ସମ୍ଭାବନା ରହିଛି । ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମଙ୍କ ଆଗୁଆ ଜମିନ ଆବେଦନ ଖାରଜ ହେବା ପରେ ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ପହଞ୍ଚିଥିଲେ ସିବିଆଇ ଓ ଇଡି (ପୂର୍ବତନ ନିଦେ୍ର୍ଧଶାଳୟ) ର ଅଧିକାରୀମାନେ । କିନ୍ତୁ ଚିଦାମ୍ବରମଙ୍କୁ ନ ପାଇ ଖାଲି ହାତରେ ଫେରିଥିଲେ । ତେବେ ତାଙ୍କ ଘର ସାମନାରେ ଏକ ନୋଟିସ ଲଗାଇଛି ସିବିଆଇ । ଏହି ନୋଟିସ ପାଇବାର ୨ ଘଣ୍ଟା ଭିତରେ ହାଜର ହେବା ଲାଗି ଏଥିରେ ଚିଦାମ୍ବରମଙ୍କୁ କୁହାଯାଇଛି । ଅପରପକ୍ଷରେ ହାଇକୋର୍ଟରେ ନିରାଶ ହେବା ପରେ ଚିଦାମ୍ବରମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ତାଙ୍କ ଆବେଦନ ତାଲିକାଭୁକ୍ ହୋଇନଥିବାରୁ ଜଷ୍ଟିସ ରମନା ଏହାର ଶୁଣାଣୀ କରିବାକୁ ମନା କରିଦେଇଥିଲେ । ଏନେଇ ପ୍ରଧାନ ବିଚାରପତି ନିଷ୍ପତି ନେବେ ବୋଲି ସେ କହିଥିଲେ । ସୂଚନାଯୋଗ୍ୟଯେ, ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡ଼ି ତଦନ୍ତ ଜାରି ରଖିଥିବା ବେଳେ ଚିଦାମ୍ବରମ ଗିରଫରୁ ବର୍ତ୍ତିବା ପାଇଁ ପୃଥକ ଭାବେ ଦିଲ୍ଲୀ ହାଇକୋର୍ଟରେ ଦୁଇଟି ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଚିଦାମ୍ବରମଙ୍କର ଦୁଇଟି ଯାକ ଆବେଦନ ଖାରଜ ହୋଇଯାଇଛି ବୋଲି ଦିଲ୍ଲୀ ହାଇକୋର୍ଟ ବିଚାରପତି ସୁନୀଲ ଗୌର କହିଛନ୍ତି । ତେବେ କୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କ ଆଇନଜୀବୀ ଦୟାନ କ୍ରୀଷ୍ଟନ କୋର୍ଟଙ୍କୁ କହିଥିଲେ, ଏହି ରାୟ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ୩ ଦିନ ପର୍ଯ୍ୟନ୍ତ ରହିତାଦେଶ ଲଗାଯାଉ । କିନ୍ତୁ କୋର୍ଟ ଏ ନେଇ ବିଚାର କରିବେ ବୋଲି କହିଛନ୍ତି ।