ବୈଷୟିକ ଶିକ୍ଷା ପାଇଁ ଅଗଷ୍ଟରୁ ନାମଲେଖା ଆରମ୍ଭ ହେବ

ବୈଷୟିକ ଶିକ୍ଷା ପାଇଁ ଅଗଷ୍ଟରୁ ନାମଲେଖା ଆରମ୍ଭ ହେବ

ବୈଷୟିକ ଶିକ୍ଷା ପାଇଁ ଅଗଷ୍ଟରୁ ନାମଲେଖା ଆରମ୍ଭ ହେବ
ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ କ୍ୟାଲେଣ୍ଡର ଜାରି ହୋଇଛି । ଜୁନ ୨୦ ସୁଦ୍ଧା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗ୍ରାଣ୍ଟ ପ୍ରଦାନ କରାଯିବ ଏବଂ ଜୁଲାଇ ୧୫ ସୁଦ୍ଧା ବିଶ୍ୱବିଦ୍ୟାଳୟ ଓ ବୋର୍ଡ ଦ୍ୱାରା ଅନୁବନ୍ଧିତ ହେବେ । ଅଗଷ୍ଟ ୩୧ ସୁଦ୍ଧା ପ୍ରଥମ ରାଉଣ୍ଡ କାଉନସେଲିଂ ଶେଷ ହେବା ସହ ନାମଲେଖା ଲାଗି ସିଟ ଆଲଟମେଣ୍ଟ ହେବ । ବର୍ତ୍ତମାନ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ସେପ୍େଟମ୍ବର ପହିଲାରୁ ଆରମ୍ଭ ହେବ । ସେପ୍େଟମ୍ବର ୯ ସୁଦ୍ଧା ଦ୍ୱିତୀୟ ରାଉଣ୍ଡ କାଉନସେଲିଂ ଓ ନାମଲେଖା ଲାଗି ସିଟ ଆଲଟମେଣ୍ଟ ହେବ । ବୈଷୟିକ ପାଠ୍ୟକ୍ରମ ଲାଗି ପାଇଁ ସିଟ ବାତିଲ ଓ ସମ୍ପୂର୍ଣ୍ଣ ଫି’ ଫେରସ୍ତ ପ୍ରକ୍ରିୟା ସେପ୍େଟମ୍ବର ୧୦ ସୁଦ୍ଧା ଶେଷ ହେବ । ବୈଷୟିକ ପାଠ୍ୟକ୍ରମଗୁଡ଼ିକର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସେପ୍େଟମ୍ବର ୧୫ରୁ ଆରମ୍ଭ ହେବ । ଲାଟେରାଲ ଏଣ୍ଟ୍ରି ନାମଲେଖା ନାମଲେଖା ସେପ୍େଟମ୍ବର ୨୦ ସୁଦ୍ଧା ଶେଷ କରିବାକୁ ଏଆଇସିଟିଇ ପକ୍ଷରୁ କୁହାଯାଇଛି । କେବଳ ପିଜିଡିଏମ/ପିଜିସିଏମ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଜୁନ ୩୦ ସୁଦ୍ଧା ଗ୍ରାଣ୍ଟ ହାସଲ କରିବେ । ଜୁଲାଇ ପହିଲାଠାରୁ ପୁରୁଣା ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ପିଜିଡିଏମ/ପିଜିସିଏମ ପାଠ୍ୟକ୍ରମ ଲାଗି ପାଇଁ ସିଟ ବାତିଲ ଓ ସମ୍ପୂର୍ଣ୍ଣ ଫି’ ଫେରସ୍ତ ପ୍ରକ୍ରିୟା ଜୁଲାଇ ୫ ସୁଦ୍ଧା ଶେଷ କରାଯିବ । ଜୁଲାଇ ୧୦ ସୁଦ୍ଧା ଶିକ୍ଷାନୁଷ୍ଠାନରେ ନାମଲେଖା ଶେଷ ହେବ । ଅନଲାଇନରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଜୁନ ୩୦ ସୁଦ୍ଧା ଗ୍ରାଣ୍ଟ ପ୍ରଦାନ କରାଯିବ । ସେପ୍େଟମ୍ବର ପହିଲା ସୁଦ୍ଧା ବିଭିନ୍ନ ପାଠ୍ୟକ୍ରମର ପ୍ରଥମ ସେସନ ଓ ୨୦୨୨ ଫେବ୍ରୁଆରି ପାହିଲାରୁ ଦ୍ୱିତୀୟ ସେସନ ନାମଲେଖା ସାରିବାକୁ କୁହାଯାଇଛି । ଆହୁରି କୁହାଯାଇଛି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ଏଆଇସିଟିଇ ଓ ୟୁଜିସି ଦ୍ୱାରା ବିଭିନ୍ନ ସମୟରେ ଜାରି ନିୟମାବଳୀ ପାଳନ କରିବା ବାଧ୍ୟତାମୂଳକ । ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନ/ଅଫଲାଇନ କିମ୍ବା ଉଭୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିପାରିବେ । କରୋନା ସ୍ଥିତିକୁ ଦେଖି ଶିକ୍ଷା ବର୍ଷ କ୍ୟାଲେଣ୍ଡର ପରିବର୍ତ୍ତନ ହୋଇପାରେ । ଯଦି କୌଣସି ଶିକ୍ଷାନୁଷ୍ଠାନ ବିନା ଅନୁମୋଦନରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଉଥିବା ନଜରକୁ ଆସନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।