କରୋନା ଲଢେଇ : ଦେଶର ୯ ରାଜ୍ୟରେ କରୋନା ସଂକ୍ରମଣର ନୂଆ ମାମଲାରେ ହ୍ରାସ ପାଉଛି

କରୋନା ଲଢେଇ : ଦେଶର ୯ ରାଜ୍ୟରେ କରୋନା ସଂକ୍ରମଣର ନୂଆ ମାମଲାରେ ହ୍ରାସ ପାଉଛି

କରୋନା ଲଢେଇ : ଦେଶର ୯ ରାଜ୍ୟରେ କରୋନା ସଂକ୍ରମଣର ନୂଆ ମାମଲାରେ ହ୍ରାସ ପାଉଛି
ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ନୂଆ ମାମଲାରେ ହ୍ରାସ ବୃଦ୍ଧି ଦେଖିବାକୁ ମିଳୁଛି । ତେବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ,ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡରେ ଦୈନିକ ସଂକ୍ରମଣରେ କିଛିଦିନ ହେଲା ଲଗାତାର ହ୍ରାସ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ରାଜ୍ୟଗୁଡ଼ିକରେ ସଂକ୍ରମଣ ଏବେ ହ୍ରାସ ପାଉଥିବାରୁ ଏହି ସ୍ଥିତି ସପ୍ତାହେ ପର୍ଯ୍ୟନ୍ତ କାଏମ ରହିଲେ ହିଁ ପରିସ୍ଥିତି ସୁଧୁରୁଥିବା କୁହାଯାଇପାରିବ । ଅନ୍ୟପକ୍ଷରେ କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ଓଡ଼ିଶା ଆଦି ରାଜ୍ୟରେ ନୂଆ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ୧୨ଟି ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ଥିବା ବେଳେ ୭ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ସକ୍ରିୟ ରୋଗୀ ଅଛନ୍ତି । ଦେଶର ୨୪ଟି ରାଜ୍ୟରେ ଏବେ କରୋନା ଭାଇରସ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ ରହିଛି । ସଂକ୍ରମଣ ହାର ୫ ପ୍ରତିଶତରୁ କମ ରହିଲେ ହିଁ ପରିସ୍ଥିତି ନିୟନ୍ତ୍ରଣାଧୀନ କୁହାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।