ଥରେ ବନାନ୍ତୁ ଖୁଆ ଚକୁଳି, ଭାରି ଟେଷ୍ଟି

ଥରେ ବନାନ୍ତୁ ଖୁଆ ଚକୁଳି, ଭାରି ଟେଷ୍ଟି

ଥରେ ବନାନ୍ତୁ ଖୁଆ ଚକୁଳି, ଭାରି ଟେଷ୍ଟି
ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା ଓ ଚାଉଳ, କ୍ଷୀର, ଖୁଆ, ଚିନି, ମିଲ୍କମେଡ, କାଜୁ ବାଦାମ ଖଣ୍ଡ ଓ ଚେରି, ରିଫାଇନ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୁଜି, ମଇଦା ଓ ଚାଉଳ ଚୂନାକୁ ମିଶାଇ ଏକ ଆଣ ପ୍ରସ୍ତୁତ କରି ରଖନ୍ତୁ। କ୍ଷୀରକୁ ଫୁଟାଇ ବହଳିଅ କରି ସେଥିରେ ଖୁଆ ଓ ଚିନି ପକାଇ ଏକ ପୁର ପ୍ରସ୍ତୁତ କରନ୍ତୁ। ଚୁଲା ଲଗାଇ ଏକ କରେଇରେ କ୍ଷୀରକୁ ଗରମ କରି ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଚିନି ଓ ମିଲ୍କମେଡ ପକାଇ ଭଲ ଭାବେ ଫୁଟାନ୍ତୁ। ଏକ ବହଳ ରସ ହେବା ପରେ କରେଇକୁ ଚୁଲିରୁ ଓହ୍ଲାଇ ରଖନ୍ତୁ। ଏହାପରେ ପ୍ୟାନ୍‌ରେ ତେଲ ଗରମ କରି ପ୍ରସ୍ତୁତ ଆଣ ଦେଇ ତା’ ଉପରେ କ୍ଷୀର ଓ ଖୁଆର ପୁରକୁ ଦେଇ ପିଠାକୁ ଗଢ଼ନ୍ତୁ। ଏହାପରେ କରେଇରେ ଥିବା କ୍ଷୀର ଓ ମିଲ୍କମେଡର ବହଳ ରସରେ ଗଢ଼ା ଯାଇଥିବା ଚକୁଳି ପିଠାକୁ ପକାନ୍ତୁ। ଶେଷରେ କାଜୁ ବାଦାମ ଖଣ୍ଡ ଓ ଚେରିକୁ ପକାଇ ସଜାଇ ପରଷନ୍ତୁ।