ବ୍ୟବହାର କରି ନପାରିବାରୁ ଫୋନ୍ ଫେରାଇ ଦେଲା ଚୋର

ବ୍ୟବହାର କରି ନପାରିବାରୁ ଫୋନ୍ ଫେରାଇ ଦେଲା ଚୋର

ବ୍ୟବହାର କରି ନପାରିବାରୁ ଫୋନ୍ ଫେରାଇ ଦେଲା ଚୋର
ଦାମୀ ଫୋନ ହଜିଯିବା ପରେ ପୁଣି ମିଳିବା ବାସ୍ତବରେ କୌଣସି ଚମକ୍ରାରଠାରୁ କମ ନୁହେଁ । ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ଜଣେ ବ୍ୟକ୍ତିଙ୍କ ସ୍ମାର୍ଟଫୋନ ଏକ ଦୋକାନରେ ଚୋରି ହୋଇଯାଇଥିଲା । ଚୋରି କରିଥିବା ବ୍ୟକ୍ତି ଜଣକ କିଛି ଦିନ ପରେ ଫୋନଟିକୁ ଉକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଛି । ତେବେ ଏହାର କାରଣ ସବୁଠୁ ମଜାଦାର । ଚୋର ବ୍ୟବହାର କରିନପାରିବାରୁ ସ୍ମାର୍ଟଫୋନଟିକୁ ଫେରାଇ ଦେଇଛି । ଗତ ସେପ୍ଟେମ୍ବର ୪ ତାରିଖରେ ପୂର୍ବ ବୁଡୱାନ ଜିଲ୍ଲା ଜମାଲପୁରର ଏକ ମିଠା ଦୋକାନରେ ଜଣେ ୨୨ ବର୍ଷୀୟ ଯୁବକ ଭୁଲ ବଶତଃ ୪୫ ହଜାର ଟଙ୍କାର ନିଜ ସ୍ମାର୍ଟଫୋନ ଛାଡ଼ି ଦେଇଥିଲେ । ସଙ୍ଗେ ସଙ୍ଗେ ଦୋକାନ କାଉଣ୍ଟରରୁ ତାହ ଚୋରି ହୋଇଗଲା । ଏହା ପରେ ଫୋନ ମାଲିକ ଥାନାରେ ଅଭିଯୋଗ କଲେ । କିନ୍ତୁ ପୁଲିସ ଉକ୍ତ ମିଠା ଦୋକାନରେ ଫୋନଟିକୁ ପାଇଲା ନାହିଁ । ନିଜ ଫୋନକୁ ଫୋନ କରିବାକୁ ବ୍ୟକ୍ତି ଜଣକ ଚେଷ୍ଟା କଲେ, କିନ୍ତୁ ତାହା ସ୍ୱିଚଡ ଅଫ ଥିଲା । ତେବେ ଗତ ରବିବାର ପୁଣି ଥରେ ନିଜ ଫୋନକୁ ଫୋନ କରିବା ପରେ ଚୋରି କରିଥିବା ବ୍ୟକ୍ତି ଜଣକ ଫୋନ କଲ ରିସିଭ କଲେ ଏବଂ ବ୍ୟବହାର କରିନପାରିବାରୁ ଫୋନ ଫେରାଇବାକୁ ଚାହୁଁଛନ୍ତି ବୋଲି କହିଲେ । ଫୋନ ମାଲିକ ଚୋରର ଏକଥା ଶୁଣି ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ । ଏହା ପରେ ସଙ୍ଗେ ସଙ୍ଗେ ପୁଲିସ ସାହାଯ୍ୟରେ ସେହି ଦିନ ଚୋରି କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସେ ନିଜ ଫୋନ ଆଣିଲେ । ବ୍ୟକ୍ତି ଜଣକ ଫୋନ ଫେରାଇ ଦେଇଥିବାରୁ ଫୋନ ମାଲିକ ତା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପୁଲିସକୁ ଅନୁରୋଧ କଲେ । ତେଣୁ ପୁଲିସ ଫୋନ ଚୋର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ ।