ଭାଙ୍ଗିଲା ଗାଁମ୍ପାକୋଣ୍ଡା ମୁଖ୍ୟ କେନାଲ ବନ୍ଧ

ଭାଙ୍ଗିଲା ଗାଁମ୍ପାକୋଣ୍ଡା ମୁଖ୍ୟ କେନାଲ ବନ୍ଧ


କାଲିମେଳା: ଭାଙ୍ଗିଲା ଗାଁମ୍ପାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । କାଲିମେଳା ମନ୍ୟୋମକୋଣ୍ଡାର ଏମପିଭି ୭୫ ଗାଁ ନିକଟରେ କେନାଲ ବନ୍ଧ ଭାଙ୍ଗିଯାଇଥିବା ଜଣାପଡିଛି । ଫଳରେ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ହଜାରରୁ ଅଧିକ ଏକର ଚାଷ ଜମିରେ କେନାଲ ପାଣି ମାଡି ଯାଇ ଫସଲ ନଷ୍ଟ ହୋଇଛି ।

ଚାଷୀଙ୍କ ଜମିରେ ୫ରୁ ୭ଫୁଟର କେନାଲ ପାଣି ଚାଲିଛି । ଫଳରେ ଏକର ଏକର ଚାଷ ଜମି ବର୍ତ୍ତମାନ ବାଲିଚର ହୋଇଛି । ଶୁକ୍ରବାର ଭୋରରେ କେନାଲ ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଏହାପରେ ପଟେରୁ ଜଳ ସେଚନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।