ଭାୟଙ୍କର ବସ ଦୁର୍ଘଟଣାରେ ଚାଲିଗଲା ୧୬ ଜୀବନ
ଭାୟଙ୍କର ବସ ଦୁର୍ଘଟଣାରେ ଚାଲିଗଲା ୧୬ ଜୀବନ
ଡେରାଡୁନ: ହିମାଚଳ ପ୍ରଦେଶ କୁଲ୍ଲୁରେ ଏକ ବସ ଦୁର୍ଘଟଣାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବସଟି ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଦୁର୍ଘଟଣାଗ୍ରସ୍ତ ବସଟି ସ୍କୁଲ ବସ ହୋଇଥିବା ମଧ୍ୟ ସୂଚନା ମିଳିଛି । ମୃତାହତଙ୍କ ମଧ୍ୟରେ ସ୍କୁଲ ପିଲା ରହିଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି । ଆହତଙ୍କ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଜି ସକାଳ ପ୍ରାୟ ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ଓ ପରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ବସରେ ପ୍ରାୟ ୪୦ ଜଣ ଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।




admin 