ଭୂକମ୍ପରେ ଥରିଲା ଫିଲିଫାଇନ୍ସ
ଭୂକମ୍ପରେ ଥରିଲା ଫିଲିଫାଇନ୍ସ
ମାନିଲା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ କରାଯାଇଛି । ତେବେ ବୁଧବାର ସକାଳ ପ୍ରାୟ ୬.୧୩ ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।
ଏହି ଭୂକମ୍ପ ଫିଲିଫାଇନ୍ସ ଡୋଲରସର ଦକ୍ଷିଣପୂର୍ବରୁ ୧୪ କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଲୋକମାନେ ଭୟଭୀତ ହୋଇ ଘରଛାଡି ବାହାରକୁ ଚାଲିଆସିଥିବା ନେଇ ଦେଖିବାକୁ ମିଳିଥିଲା । ଭୂମିକମ୍ପରେ କ୍ଷୟକ୍ଷତିର ଆକଳନ କରୁଛି ସଂସ୍ଥା । ବର୍ତ୍ତମାନ ସୁନାମିର ଭୟ ନଥିବା ବେଳେ ଶକ୍ତିଶାଳୀ ଭୂକମ୍ପ ଝଟକା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଛି ।ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଏବଂ ସୋସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ୭.୩ ତୀବ୍ରତାର ଭୂକମ୍ପ ଅବ୍ରା ପ୍ରଦେଶର ଏକ ପାର୍ବତ୍ୟ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା । ଫଳରେ ଏହାର ଝଟକା ଅନେକ ସ୍ଥାନରେ ଦେଖାଦେଇଛି । ଏହାର ଗଭୀରତା ୨୫ କିଲୋମିଟର ଆକଳନ କରାଯାଇଛି । ଭୂକମ୍ପ ଫଳରେ ଅନେକ ଘରରେ ଫାଟ ହୋଇଥିବା ଦେଖିବାକୁ ମିଳିଛି ।




admin 