ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ
ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୀତି ନିର୍ଘଣ୍ଟ ମୁତାବକ ମା’ଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହୋଇଛି। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ ଶ୍ରଦ୍ଧାଳୁ କରିପାରିବେ।
ସେହିପରି ନୂଆଁଖାଇ ପାଇଁ ଗତକାଲି ନିଶାର୍ଦ୍ଧ ପରେ ଆଜି ପାହାନ୍ତିଆ ପୂର୍ବରୁ ବରଗଡ଼ର ମା’ ସମଲେଇଙ୍କ ପୀଠରେ ଲାଗି ହୋଇଛି ନବାନ୍ନ। ଆଜି ମାହେନ୍ଦ୍ର ବେଳାରେ ଦିନ ୧୦.୩୩ ରୁ ୧୧.୦୮ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିଛନ୍ତି।
ଅନ୍ୟପଟେ ସୋନପୁର ଗଡଜାତରେ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନାନାଦି ଭୋଗ । ଆଉ ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗି ହୋଇଛି । ମା’ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଛନ୍ତି।




admin 