ମାନସିକ ଚାପ ଓ ମୁଣ୍ଡବିନ୍ଧା

ମାନସିକ ଚାପ ଓ ମୁଣ୍ଡବିନ୍ଧା

ମାନସିକ ଚାପ ଓ ମୁଣ୍ଡବିନ୍ଧା
ମାନସିକ ଚାପର କାରଣ ଅନେକ । ପ୍ରିୟ ବ୍ୟକ୍ତିଙ୍କ ମୃତ୍ୟୁ , ବିବାହ ବିଚ୍ଛେଦ, ଦୁର୍ଘଟଣା, ଯନ୍ତ୍ରଣାଦାୟକ ରୋଗ, ପରୀକ୍ଷା ଓ ସେଥିରେ ଆଶାନୁରୂପ ଫଳ ନ ମଳିବା କିମ୍ବା ଅକୃତକାର୍ଯ୍ୟ ହେବାର ଭୟ , କର୍ମକ୍ଷେତ୍ରରରେ ଅଧିକ କାମ, କ୍ରମାଗତ ବିଫଳତା ଆଦି ମାନସିକ ଚାପର ଗୋଟିଏ ଗୋଟିଏ କାରଣ ହୋଇପାରେ । ଏଗୁଡିକ ମନକୁ ଅସ୍ଥିର କରାନ୍ତି । ଏହା ଦ୍ୱାରା ଦୁଶ୍ଚିନ୍ତା, ଅବସାଦ ଓ ଉଦବେଗ ବଢେ । । ସ୍ୱାସ୍ଥ୍ୟ ବିଜ୍ଞାନିଙ୍କ ମତରେ, ଏସବୁ କାରଣ ସହିତ ମୁଣ୍ଡବିନ୍ଧାର ସଂପର୍କ ରହିଛି । ଭାରାକ୍ରାନ୍ତ ମନ ଶରୀରକୁ ଦୁର୍ବଳ କରିଦିଏ ଏବଂ ମସ୍ତିଷ୍କକୁ ପ୍ରଭାବିତ କରେ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ବେଶି । ଏଥିପ୍ରତି ସଚେତନ ରହିଲେ, ସମସ୍ୟା ହୁଏ ନାହିଁ । ଯଥା ସମ୍ଭବ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ରାତିରେ ସୁନିଦ୍ରା ଯାଆନ୍ତୁ । ଦିନରେ କିଛି ସମୟ ପାଇଁ ଶାରୀରିକ ପରିଶ୍ରମ କରନ୍ତୁ ଓ ବିଶ୍ରାମ ନିଅନ୍ତୁ । ସୁଷମ ଖାଦ୍ୟ ଖାଇବା ସହିତ ନିୟମିତ ବ୍ୟାୟମ, ଯୋଗ , ପ୍ରାଣାୟମ, ଧ୍ୟାନ ଅଭ୍ୟାସ ଦ୍ୱାରା ମାନସିକ ଚାପ ହାଲୁକା ହୁଏ । ମଧୁର ଗୀତ ଶୁଣନ୍ତୁ, ଚାପ ଦୂର ହେବ ଓ ମୁଣ୍ଡବିନ୍ଧାରୁ ଉପଶମ ମିଳିବ ।