ଯୁକ୍ତ ୨ ଖାତା ମୂଲ୍ୟାୟନରେ ବିଭ୍ରାଟ :୨୪୦ ବଦଳରେ ୧୮୦ ପରୀକ୍ଷକ ଦେଖୁଛନ୍ତି ଖାତା

ଯୁକ୍ତ ୨ ଖାତା ମୂଲ୍ୟାୟନରେ ବିଭ୍ରାଟ :୨୪୦ ବଦଳରେ ୧୮୦ ପରୀକ୍ଷକ ଦେଖୁଛନ୍ତି ଖାତା

ଯୁକ୍ତ ୨ ଖାତା ମୂଲ୍ୟାୟନରେ ବିଭ୍ରାଟ :୨୪୦ ବଦଳରେ ୧୮୦ ପରୀକ୍ଷକ ଦେଖୁଛନ୍ତି ଖାତା
ଭୁବନେଶ୍ୱର : ଆବଶ୍ୟକତା ଅନୁଯାୟୀ ପରୀକ୍ଷକ ନିୟୋଜିତ ହୋଇନଥିବାରୁ ଯୁକ୍ତ ଦୁଇ ପରୀକ୍ଷାଫଳ ବିଳମ୍ବରେ ପ୍ରକାଶ ପାଇବ ବୋଲି ଆଶଙ୍କା ଦେଖାଦେଇଛି । ଖବର ନେବାରେ ଜଣାଯାଏ ଯେ, ଖାତା ମୂଲ୍ୟାୟନ ପାଇଁ ୨୪୦ ଜଣ ପରୀକ୍ଷକଙ୍କର ଆବଶ୍ୟକତା ଥିଲା ବେଳେ ୧୮୦ ଜଣ ପରୀକ୍ଷକ ଖାତା ଦେଖୁଛନ୍ତି । ପରୀକ୍ଷା ଫଳ ମେ ମାସ ସୁଦ୍ଧା ପ୍ରକାଶ ପାଇବ ବୋଲି ଯୁକ୍ତ ଦୁଇ ପରିଷଦ ପକ୍ଷରୁ କୁହାଯାଇଥିଲା । ଏହି ସମୟ ମଧ୍ୟରେ ପରୀକ୍ଷା ଫଳ ନ ବାହାରି ଜୁନ ମାସରେ ପରୀକ୍ଷାଫଳ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି । କହିବାକୁ ଗଲେ ଚରମ ଅବ୍ୟବସ୍ଥା ମଧ୍ୟରେ ପିଲାଙ୍କର ପରୀକ୍ଷା ଖାତା ମୂଲ୍ୟାୟନ କରାଯାଉଛି । ପିଲାମାନେ କିପରି ଉପଯୁକ୍ତ ନ୍ୟାୟ ପାଇପାରିବେ ସେଥିନେଇ ଅଭିଭାବକ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।