ରାଇଗିରି ଜଙ୍ଗଲରେ ହାତୀ ମୃତ

ରାଇଗିରି ଜଙ୍ଗଲରେ ହାତୀ ମୃତ

ରାଇଗିରି ଜଙ୍ଗଲରେ ହାତୀ ମୃତ
ସୁନ୍ଦରଗଡ : ରାଇଗିରି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଯାଇଛି। ବୟସ ଅଧିକ ହୋଇଯାଇଥିବାରୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ହାତୀଟି କିଛି ଦିନ ହେବ ଖାଦ୍ୟ ଖାଉ ନ ଥିବା ଜଣାପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିଛି। ଏହାସହ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଜର୍ଡା ରେଞ୍ଜର ରାଇପୁର ଜଙ୍ଗଲରେ ୧୫ଟି ହାତୀ ବିଚରଣ କରନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ହାତୀଟି ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଖବର ପାଇ ଗତକାଲି ବନବିଭାଗ କର୍ମଚାରୀ, ବଣାଇ ଏସିଏଫ୍, ଜରଡା ରେଞ୍ଜର, ପଶୁଚିକିତ୍ସା ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ହାତୀର ଚିକିତ୍ସା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।