ରାଜ୍ୟରେ କମିଲା ସଂକ୍ରମଣ, ୨୪ ଘଣ୍ଟାରେ ୮, ୮୪୫ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କମିଲା ସଂକ୍ରମଣ, ୨୪ ଘଣ୍ଟାରେ ୮, ୮୪୫ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କମିଲା ସଂକ୍ରମଣ, ୨୪ ଘଣ୍ଟାରେ ୮, ୮୪୫ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।  ଗତକାଲି ରାଜ୍ୟରେ ୯ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ  ୮ହଜାର ୮୪୫କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧୨୮ଜଣ ରହିଥିବାବେଳେ ୩୭୧୭ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୯୨୭ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । 


ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୨ହଜାର ୫୨୮ , ଅନୁଗୁଳରୁ ୧୬୦, କଟକରୁ ୬୨୮, ବାଲେଶ୍ୱରରୁ ୨୯୦, ବରଗଡରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗୀରରୁ ୨୩୨, ବୌଦ୍ଧରୁ ୯୩, ଦେବଗଡରୁ ୫୫, ଢେଙ୍କାନାଳରୁ ୧୦୦, ଗଜପତିରୁ ୯୨, ଗଞ୍ଜାମରୁ ୫୩, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୨୦୯, ଝାରସୁଗୁଡାରୁ ୧୪୪, କଳାହାଣ୍ଡିରୁ ୨୩୯, କନ୍ଧମାଳରୁ ୧୦୯, କେନ୍ଦ୍ରାପଡାରୁ ୯୨, କେନ୍ଦୁଝରରୁ ୧୧୦, କେରାପୁଟରୁ ୨୦୩, ମାଲକାନାଗିରିରୁ ୫୦, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡରୁ ୧୯୪, ନୂଆପଡାରୁ ୨୦୫, ପୁରୀରୁ ୧୬୫, ରାୟଗଡାରୁ ୨୨୧, ସମ୍ବଲପୁରରୁ ୧୮୧,  ସୋନପୁରରୁ ୨୦୭, ସୁନ୍ଦରଗଡରୁ୧୦୦୧, ରାଜ୍ୟପୁଲରୁ ୫୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୯୭ହଜାର ୧୪୦କୁ ବୃଦ୍ଧି ପାଇଛି ।