ରାଜ୍ୟରେ ପୁଣି 25 କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି 25 କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି 25 କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ 25 ଜଣ ନୂତନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 25 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଗଞ୍ଜାମର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏହି 24 ଜଣଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା 71ରେ ପହଞ୍ଚିଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 271ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 271 ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ତା ମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ରାଜ୍ୟ​‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫୨ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ, ଖୋର୍ଧାରୁ ଜଣେ ଏବଂ ଭଦ୍ରକ ଜିଲ୍ଲାରୁ ୩ଜଣ ରହିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ଟି ଆକ୍ଟିଭ କେସ୍ ଥିବାବେଳେ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।