୨୪ ଘଂଟାରେ ୨୫୧ ମୃତୁ୍ୟ

୨୪ ଘଂଟାରେ ୨୫୧ ମୃତୁ୍ୟ

୨୪ ଘଂଟାରେ ୨୫୧  ମୃତୁ୍ୟ
ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୨୭୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୧ କୋଟି ୧ ଲକ୍ଷ ୬୯ ହଜାର ୧୧୮ ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୨ ଲକ୍ଷ ୮୧ ହଜାର ୬୬୭ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୭ ଲକ୍ଷ ୪୦ ହଜାର ୧୦୮ଜଣ ଲୋକ ସୁସ୍ଥ ହୋଇଛନ୍ତି ।