ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ
ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ
admin
Dec 26, 2020 - 05:54
Updated: Dec 26, 2020 - 05:54
ଭୁବନେଶ୍ୱର:ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଚାଲିଛି । ବିଜେଡି ୧୯୯୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲା । ବିଜେଡି ମୁଖ୍ୟାଳୟରେ ସମାବେଶ ଚାଲିଛି । କୋଭିଡ ନିୟମ ମାନି ସମାବେଶ ପାଳନ ହେଉଛି । ନେତା, କର୍ମୀ ସମସ୍ତେ ଉପସ୍ଥିତ ରହିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲରେ ସମ୍ବୋଧନ କରିବେ । ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।
କ୍ରମାଗତ ଭାବେ ପାଞ୍ଚ ଥର କ୍ଷମତାକୁ ଆସି ଇତିମଧ୍ୟରେ ୨୦ ବର୍ଷ ଓଡ଼ିଶାକୁ ଶାସନ କଲାଣି। ୨୦୦୦ରୁ ୨୦୧୪ ପର୍ୟ୍ୟନ୍ତ ଅନୁଷ୍ଠିତ ୪ଟି ନିର୍ବାଚନରେ ବିଜେଡ଼ି ପଛକୁ ଦ୍ବିତୀୟ ଦଳ ଭାବେ ପ୍ରମୁଖ ବିରୋଧୀ ଥିଲା କଂଗ୍ରେସ। ବିଜେଡ଼ି-ବିଜେପି ମେଣ୍ଟ ହେଉ କି ଏକା ବିଜେଡ଼ି ୨୦୧୪ପର୍ୟ୍ୟନ୍ତ ଅନୁଷ୍ଠିତ ସବୁ ନିର୍ବାଚନରେ ସରକାର ବିରୋଧରେ କଂଗ୍ରେସ ଥିଲା ଶକ୍ତିଶାଳୀ ଦଳ। ମାତ୍ର ସାଙ୍ଗଠନିକ ଶକ୍ତି ହରାଇବା ପରେ କଂଗ୍ରେସ ୨୦୧୯ରେ କୋଣଠେସା ହୋଇଗଲା। ୨୦୦୯ରେ ବିଜେଡ଼ିର ହାତ ଛାଡ଼ି ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ବିଜେପିକୁ ଆଗକୁ ବଢ଼ିବା ପାଇଁ ୨୦୧୯ରେ କଂଗ୍ରେସ ଏକ ରକମ ବାଟ ଛାଡ଼ିଦେଇଥିଲା। ଖଣିଠାରୁ ପାଣି ପର୍ୟ୍ୟନ୍ତ ବିଭିନ୍ନ ପ୍ରକାର ଦୁର୍ନୀତି ଭଳି ପ୍ରସଙ୍ଗ ଉଠିଥିଲେ ବି ତାହା ସମୟ କ୍ରମେ ଚପିଯାଇଛି ଏବଂ ବିଜେଡ଼ି ଓ ଏହାର ମୁଖିଆଙ୍କ ପତିଆରା ବର୍ଷ ବର୍ଷ ଧରି ଅକ୍ଷୁଣ୍ଣ ରହିଛି।