ରାଜ୍ୟସଭାରେ ୨ ସାଂସଦ ବିଦା

ରାଜ୍ୟସଭାରେ ୨ ସାଂସଦ ବିଦା

ରାଜ୍ୟସଭାରେ ୨ ସାଂସଦ ବିଦା
ନୂଆଦିଲ୍ଲୀ: ରାଜ୍ୟସଭାରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଘୋଷଣା ବେଳେ ହଙ୍ଗାମା । ଆଉ ଏହି ହଙ୍ଗାମା କରିବା ୨ ଜଣ ସାଂସଦଙ୍କୁ ମହଙ୍ଗା ପଡ଼ିଛି । ହଙ୍ଗାମା ପାଇଁ ୨ ପିଡିପି ସାଂସଦଙ୍କୁ ବିଦା କରାଯାଇଛି । ସେମାନ ହେଲେ ସାଂସଦ ନାଜିର ଅହମ୍ମଦ ଲାୱେ ଓ ଏମଏମ ଫୟାଜ । ସେମାନେ ପ୍ରବଳ ପାଟିତୁଣ୍ଡ ସହ ଉଭୟ ସମ୍ବିଧାନକୁ ଚିରି ଦେବାକୁ ଉଦ୍ୟମ କରିଥିଲେ । ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଉଭୟଙ୍କୁ ଗୃହରୁ ବିଦା କରିଛନ୍ତି । ଏହାପରେ ଦୁହେଁ ସଂସଦ ବାହାରେ ହାତରେ କଳାପଟି ବାନ୍ଧି ପ୍ରତିବାଦ କରୁଥିବା ଜଣାପଡ଼ିଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ସୋମବାର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ବେ ଶାହ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଲାଗି ସଙ୍କଳ୍ପ ପ୍ରସ୍ତାବ ଆଗତ କରିଥିଲେ। ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ମିଳିଛି । ରାଜ୍ୟରେ ଧାରା ୩୭୦ ହଟାଇବା ଲାଗି ସରକାର ବିଲ୍‌ ଆଣିବେ ବୋଲି ଶାହ ତାଙ୍କ ବିବୃତିରେ କହିଛନ୍ତି। ତେବେ ସଙ୍କଳ୍ପ ପ୍ରସ୍ତାବ ଆଗତ ପରେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି।