ଲଦାଖର ଡେମଚୋକ ଅଞ୍ଚଳରେ ଚୀନ ସେନା ପୁଣି ଥରେ ଅନୁପ୍ରବେଶ, କାହିଁକି ଜାଣନ୍ତୁ
ଲଦାଖର ଡେମଚୋକ ଅଞ୍ଚଳରେ ଚୀନ ସେନା ପୁଣି ଥରେ ଅନୁପ୍ରବେଶ, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: ଲଦାଖର ଡେମଚୋକ ଅଞ୍ଚଳରେ ଚୀନ ସେନା ପୁଣି ଥରେ ଅନୁପ୍ରବେଶ କରିଛି । ସେଠାକାର ଏକ ଗାଁରେ ତିବ୍ଦତ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ କାହିଁକି ପାଳନ କରାଯାଉଛି ବୋଲି ପ୍ରଶ୍ନ ଉଠାଇବା ସହ ତାର ପ୍ରତିବାଦ ମଧ୍ୟ କରିଛି । ଗତ ୬ ତାରିଖରେ ଏହି ଘଟଣା ଘଟିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚୀନର କିଛି ସେନା ଅଧିକାରୀ, ସୈନିକ ଓ ସାଧାରଣ ଲୋକ ୫ଟି ଗାଡିରେ ସିନ୍ଦୁ ନଦୀର ଅପରପାଶ୍ୱର୍ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଗାଡିରୁ ଓହ୍ଲାଇବା ସହ ସେମାନେ ଚୀନ ବ୍ୟାନର ଓ ପତାକା ପ୍ରଦର୍ଶନ କରିଥିଲେ । ସେହି ସମୟରେ ନଦୀ ନିକଟରେ ଥିବା ଏକ ଗ୍ରାମର କମୁ୍ୟନିଟି ସେଣ୍ଟରରେ ଦଲାଇଲାମାଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଥିଲା । ସେମାନେ ତାର ତୀବ୍ର ବିରୋଧ କରିଥିଲେ । କିଛି ସମୟ ପରେ ସେମାନେ ପଳାଇଥିଲେ । ସୂଚନା ଯୋଗ୍ୟ ଯେ ଗତ ୬ ତାରିଖରେ ଦଲାଇଲାମାଙ୍କର ୮୬ତମ ଜନ୍ମଦିନ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ ଜନ୍ମ ଦିବସ ଅବସରରେ ଦଲାଇଲାମାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏକଥା ମୋଦି ନିଜେ ଟୁଇଟ କରି ସୂଚନା ଦେଇଥିଲେ । ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ମୋଦି ଦଲାଲଲାମାଙ୍କ ସହି କଥା ହୋଇଥିବା ସାର୍ବଜନୀନ କରିଥିଲେ ।