ଶୁଭ୍ରା କୁଣ୍ଡୁକୁ ଗିରଫ କଲା ସିବିଆଇ

ଶୁଭ୍ରା କୁଣ୍ଡୁକୁ ଗିରଫ କଲା ସିବିଆଇ

ଶୁଭ୍ରା କୁଣ୍ଡୁକୁ ଗିରଫ କଲା ସିବିଆଇ
କୋଲକାତା : ଅଭିନେତ୍ରୀ ତଥା ରୋଜ ଭ୍ୟାଲି ଗ୍ରୁପର ଅଧ୍ୟକ୍ଷର ସ୍ତ୍ରୀ ଶୁଭ୍ରା କୁଣ୍ଡୁକୁ ସିବିଆଇ ଗିରଫ କରିଛି । ରୋଜ ଭ୍ୟାଲି ଚିଟଫଣ୍ଡ କେଶରେ ତାଙ୍କର ସଂପୃକ୍ତି ରହିଥିବା ନେଇ ସିବିଆଇ ମାମଲା ରୁଜୁ କରିଥିବାବେଳେ ଏବେ ଗିରଫ କରାଯାଇଛି । ରୋଜ ଭ୍ୟାଲି ଗ୍ରୁପ ପ୍ରାୟ ୧୭୫୨୦ କୋଟିର ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ସିବିଆଇ ସହ ପ୍ରବର୍ତନ ନିଦେ୍ର୍ଧଶାଳୟ ମଧ୍ୟ ଶୁଭ୍ରା କୁଣ୍ଡୁକୁ ଜେରା କରିବ ବୋଲି ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, ରୋଜ ଭ୍ୟାଲି ଗ୍ରୁପ ପଶ୍ଚିମବଙ୍ଗ ସମେତ ଅନ୍ୟ କେତେକ ରାଜ୍ୟରେ କାୟା ବିସ୍ତାର କରିଥିଲା । ଲୋକଙ୍କୁ ଅଧିକ ଲାଭର ଲୋଭ ଦେଖାଇ କମ୍ପାନୀ ହଜାର ହଜାର କୋଟି ଟଙ୍କାର ଠକେଇ କରିଛି । ୨୦୧୩ କମ୍ପାନୀ ଚିଟଫଣ୍ଡ ସ୍କିମ ଆରମ୍ଭ କରିଥିଲା । ୨୦୧୫ରେ ଶୁଭ୍ରାଙ୍କ ସ୍ୱାମୀ ତଥା କମ୍ପାନୀର ଅଧ୍ୟକ୍ଷ ଗୌତମ କୁଣ୍ଡୁକୁ ସିବିଆଇ ଗିରଫ କରିଥିଲା । ସେହିପରି ଏହି ଠକେଇ ମାଲାରେ ସିନେ ନିର୍ମାତା ଶ୍ରୀକାନ୍ତ ମହନ୍ତ ଓ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନେ୍ଦାପାଧ୍ୟାୟଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିଛି । ସେମାନଙ୍କ ବିରୋଧରେ ଟଙ୍କା ହେରଫର ଆଦି ଭଳି ଆର୍ଥିକ ଅପରାଧିକ ମାମଲା ରୁଜୁ କରାଯାଇଛି ।