ସୂର୍ଯ୍ୟ ପୁଜା ଓ ଜଳ ଅର୍ପଣ କଲେ ମିଳେ ଏହି ସବୁ ଲାଭ

ସୂର୍ଯ୍ୟ ପୁଜା ଓ ଜଳ ଅର୍ପଣ କଲେ ମିଳେ ଏହି ସବୁ ଲାଭ

ସୂର୍ଯ୍ୟ ପୁଜା ଓ ଜଳ ଅର୍ପଣ କଲେ ମିଳେ ଏହି ସବୁ ଲାଭ
ହିନ୍ଦୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆମେ ଦେବତା ଭାବରେ ପୂଜା କରୁ । ସକଳ ଶକ୍ତିର ଆଧାର ବୋଲି ଧର୍ମ ଶାସ୍ତ୍ର କହୁଥିବା ବେଳେ, ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସୂର୍ୟ୍ୟ କିରଣରୁ କେବଳ ଉର୍ଜା(ଶକ୍ତି) ମିଳେ ତାହା ନୁହେଁ, ବହୁତ ଗୁଡିଏ ଲାଭ ମଧ୍ୟ ମିଳିଥାଏ। ଶାସ୍ତ୍ର ଅନୁଯାୟୀ, ସୂର୍ୟ୍ୟଙ୍କୁ ପୂଜା କରିବା ଦ୍ବାରା ବ୍ୟକ୍ତି ଧନବାନ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ବାରା ମିଳୁଥିବା ଲାଭ ବିଷୟରେ ... ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିର ମାନସିକ, ଶାରୀରିକ ଏବଂ ବ୍ୟବହାରିକ ଜ୍ଞାନ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟ ପୂଜା କରୁଥିବା ବ୍ୟକ୍ତିଙ୍କ ବିଶେଷ ସମସ୍ୟା ରୁହେ ନାହିଁ ଏବଂ ସବୁ ସଙ୍କଟ ଦୂର ହୋଇଥାଏ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ବାରା ବ୍ୟକ୍ତିର ବଚନ ମଧୁର ହୋଇଥାଏ। ଏହା ସହ ବ୍ୟକ୍ତି ବିଦ୍ବାନ ଏବଂ ବୁଦ୍ଧିମାନ ହୋଇଥାଏ। ଯେଉଁମାନେ ଛୋଟ ବଡ କଥାରେ ଶୀଘ୍ର ରାଗି ଯାଆନ୍ତି, ସେମାନେ ସୂର୍ୟ୍ୟ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ। ସୂର୍ଯ୍ୟଦେବତାଙ୍କୁ ପୂଜା କରିବା ଦ୍ବାରା ମନରୁ ଲୋଭ, ବିଶ୍ବାସଘାତ ଏବଂ ଖରାପ ଚିନ୍ତାଧାରା ଦୂର ହୋଇଥାଏ। ସୂର୍ଯ୍ୟଙ୍କ ପ୍ରଥମ କିରଣ ସବୁଠାରୁ ଲାଭଦାୟକ ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଓ ତାଙ୍କ ଦର୍ଶନ କରିବା ଦ୍ବାରା ବ୍ୟକ୍ତିକୁ ବିଶେଷ କୃପା ଲାଭ ହୋଇଥାଏ। ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ପୂଜା କରନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରନ୍ତୁ। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ଧନ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ପ୍ରୟୋଗ କରନ୍ତୁ। ଏହା ବ୍ୟତୀତ୍ ଜଳରେ ଫୁଲ ପକାଇ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ଯେଉଁଲୋକ ବିନା କାରଣରେ ମକଦ୍ଦମାରେ ଫସି ରହିଥାଏ, ସେ ନିଶ୍ଚୟ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ୍। ସରକାରୀ ବିଭାଗରେ କାମ ଅଟକି ରହିଥିଲେ ଅବଶ୍ୟ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ନିଶ୍ଚୟ ପୁରଣ ହେବ। ଆଖିର ଜ୍ୟୋତି କମ୍ ଥିଲେ ସୂର୍ଯ୍ୟଦେବତାଙ୍କୁ ଅବଶ୍ୟ ପୂଜା କରନ୍ତୁ। ସୂର୍ଯ୍ୟ କୃପା ଦ୍ବାରା ଆଖିର ଜ୍ୟୋତି ବୃଦ୍ଧି ହୋଇଥାଏ। ସୂର୍ଯ୍ୟ ଦେବତାଙ୍କ ଉପାସନା କରିବା ଦ୍ବାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ଯେଉଁ ବିଦ୍ୟାର୍ଥୀ ବାରମ୍ବାର ପରୀକ୍ଷାରେ ଅସଫଳ ହେଉଛନ୍ତି, ସେମାନେ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ଦ୍ବାରା ସଫଳତା ନିଶ୍ଚୟ ମିଳିବ।