ଦୈବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ଦୈବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ଦୈବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶକ୍ତି ଓ ଦେବୀ ପୀଠରେ ଆଜିଠାରୁ ଷୋଡ଼ ଉପଚାର ପୂଜା ଆରମ୍ଭ ହୋଇଛି।  ପବିତ୍ର ମୂଳଷ୍ଟମୀ ତିଥିରେ ସମଗ୍ର ଓଡ଼ିଶାର ଦେବୀପୀଠଗୁଡ଼ିକରେ ଏହି ପୂଜା ଆରମ୍ଭ ହୋଇଯାଇଛି । ଫଳରେ ଆସନ୍ତା ଷୋହଳ ଦିନ ପାଇଁ ଅର୍ଥାତ ବିଜୟା ଦଶମୀ ପର୍ୟ୍ୟନ୍ତ ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି ।

 

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଛି।  ବ୍ରହ୍ମାକୁଣ୍ଡରେ ଘଟ ପୂଜାପରେ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି।  ମା’ ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥାଏ । ମନ୍ଦିରରୁ ବିରାଟ ପଟୁଆରାରେ ମା’ଙ୍କ ଘଟ ବ୍ରହ୍ମାକୁଣ୍ଡ ଯାଇଥାଏ ସେଠାରେ ଘଟ ନିମଗ୍ନ ପରେ ଷୋହଳ କଳସରୁ ପ୍ରଥମ କଳସ  ସ୍ଥାପନ କରାଯାଇଛି। ତେବେ ମା’ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତେକ ବର୍ଷ ପୂଜାବିଧି ହୋଇଥାଏ । ଏହି ଅବସରରେ ଦଶହରା ଅବସରରେ ୯ ଦିନ ବ୍ୟାପୀ ମା’ ବିରଜାଙ୍କ ବିଜୟା ରଥ ଟଣାର କାର୍ୟ୍ୟକ୍ରମ ରହିଛି । ସେହିପରି ସମ୍ବଲପୁରର ମା’ ସମଲେଇଙ୍କ ପୀଠ, କଟକର କଟକ ଚଣ୍ଡୀ, ଭୁବନେଶ୍ବରର ଗିରିଦୁର୍ଗା ମନ୍ଦିର, ବାଟ ଭୁଆଷୁଣୀ ମନ୍ଦିର ଓ ବାଲିଅନ୍ତାର ହୀରାପୁରସ୍ଥିତ ଚଉଷଠୀ ଯୋଗିନୀଙ୍କ ପୀଠ, ଜଗତସିଂହପୁରର ମା’ ସାରଳାଙ୍କ ପୀଠରେ ମଧ୍ୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଏହି ପୂଜା କରାଯାଉଛି।