ସ୍ମିତାରାଣୀଙ୍କ ମୃତୁ୍ୟ ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି

ସ୍ମିତାରାଣୀଙ୍କ ମୃତୁ୍ୟ ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି

ସ୍ମିତାରାଣୀଙ୍କ ମୃତୁ୍ୟ ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଉ ଏହାକୁ ନେଇ ରାଜନୀତି ବି ଜୋର ଧରିଛି । ତେବେ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରକାଶ ମିଶ୍ର ଏହି ଦାବି କରିବା ସହ ବହୁ ସଂଗୀନ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ପାରିପାଶ୍ୱର୍ିକ ଅବସ୍ଥା ଦେଖିଲେ ସ୍ମିତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଭଳି ଲାଗୁଛି । ସେଠାରେ ସରପଞ୍ଚଙ୍କ ସ୍ୱାମୀ ସହ ଏକାଧିକ ଲୋକ ରହିଥିଲେ । କୌଣସି ସରକାରୀ ଯୋଜନା ପାଇଁ ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି । ସ୍ମିତାରାଣୀ ନମାନିବାରୁ ହୁଏତ ତାଙ୍କୁ ହତ୍ୟା କରାଯାଇଥାଇପାରେ । ଯଦି ବି ହତ୍ୟା ନୁହେଁ, ଆତ୍ମହତ୍ୟା ତେବେ ତାଙ୍କୁ କିଏ ଏଥିପାଇଁ ବାଧ୍ୟ କଲା । ତେବେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ହତ୍ୟା ଠାରୁ ବି ଅଧିକ ଜଘନ୍ୟ । ରାମକୋ ସିମେଣ୍ଟ କାରଖାନା ଅଧିକାରୀ ବି ସେ ଗେଷ୍ଟହାଉସକୁ ଆସନ୍ତି । ରାମକୋ ସହ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ନିବିଡ଼ ସମ୍ପର୍କ ଅଛି । ଘଟଣାରେ କୌଣସି ରାମକୋ ସିମେଣ୍ଟ ଅଧିକାରୀ ସମ୍ପୃକ୍ତ ଥାଇପାରନ୍ତି । ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ ମିଶ୍ର କହିଛନ୍ତି ।