ୟୁଏଇରେ ଖେଳାଯିବ କରୋନା ପାଇଁ ବନ୍ଦ ଥିବା ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ

ୟୁଏଇରେ ଖେଳାଯିବ କରୋନା ପାଇଁ ବନ୍ଦ ଥିବା ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ

ୟୁଏଇରେ ଖେଳାଯିବ କରୋନା ପାଇଁ ବନ୍ଦ ଥିବା ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ
ନୂଆଦିଲ୍ଲୀ: କରୋନା ପାଇଁ ବନ୍ଦ ଥିବା ଆଇପିଏଲ-୨୦୨୧ର ଅବଶିଷ୍ଟ ୩୧ ମ୍ୟାଚ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର- ଅକ୍ଟୋବର ମାସରେ ୟୁଏଇରେ ମ୍ୟାଚ କରାଯିବା ନେଇ ବିସିସିଆଇ ଏସଜିଏମରେ ନିଷ୍ପତ୍ତି ନିଆଯାଇଛି । ଅବଶିଷ୍ଟ ୩୧ଟି ମ୍ୟାଚ ଆୟୋଜନ ନେଇ ୟୁଏଇ ରାଜି ହୋଇଥିବା ନେଇ ସୂଚନା ମିଳିଛି । ତେବେ ବିଦେଶୀ ଖେଳାଳି ଏହି ମ୍ୟାଚଗୁଡ଼ିକରେ ଭାଗ ନେବା ନେଇ ବିଦେଶୀ ବୋର୍ଡ ସହ ଆଲୋଚନା କରାଯାଉଛି ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ଭାରତରେ ଆଇପିଏଲ-୨୦୨୧ର ୨୯ ମ୍ୟାଚ୍ ଖେଳାଯିବା ପରେ ବିଭିନ୍ନ ଦଳର ଖେଳାଳି ଓ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଫଳରେ ଏହାକୁ ଅଧାରୁ ସ୍ଥଗିତ କରି ଦିଆଯାଇଥିଲା । ଗତବର୍ଷ ସଂପୂର୍ଣ୍ଣ ଆଇପିଏଲ ୟୁଏଇରେ ଖେଳାଯାଇଥିଲା । ଭାରତରେ ବଢ଼ି ବଢ଼ି ଚାଲିଥିବା କରୋନା ସଂକ୍ରମଣ ପାଇଁ ୟୁଏଇ ପୁଣି ଥରେ ଆଇପିଏଲ ଆୟୋଜନ ଅଧିକାର ପାଇବାକୁ ଯାଉଛି ।