୧୧ଟି ଜିଲ୍ଲାକୁ ବର୍ଷା ସତର୍କ ସୂଚନା

୧୧ଟି ଜିଲ୍ଲାକୁ ବର୍ଷା ସତର୍କ ସୂଚନା

୧୧ଟି ଜିଲ୍ଲାକୁ ବର୍ଷା ସତର୍କ ସୂଚନା
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମସଗ୍ର ରାଜ୍ୟରେ ଭୟଙ୍କର ବର୍ଷା ଲାଗି ରହିଛି । ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜି ୧୧ଟି ଜିଲାକୁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ବୌଦ୍ଧ ଓ ସୁବର୍ଣ୍ଣପୁରକୁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ଅଗଷ୍ଟ ୨୭ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।