୩ ସପ୍ତାହରେ ସରିବ ଆଗଧାଡ଼ି ଯୋଦ୍ଧାଙ୍କ ଟିକାକରଣ

୩ ସପ୍ତାହରେ ସରିବ ଆଗଧାଡ଼ି ଯୋଦ୍ଧାଙ୍କ ଟିକାକରଣ

୩ ସପ୍ତାହରେ ସରିବ ଆଗଧାଡ଼ି ଯୋଦ୍ଧାଙ୍କ ଟିକାକରଣ
ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ରାଜ୍ୟରେ ଆଗଧାଡ଼ିର ଯୋଦ୍ଧାମାନଙ୍କୁ କରୋନା ଟିକା ପ୍ରଦାନ କରାଯିବ । ଏଥିପାଇଁ ୧ ଲକ୍ଷ ୯୨ ହଜାର ୭୪୩ ଜଣଙ୍କ ଡାଟାବେସ ପ୍ରସ୍ତୁତ କରାଯାଇଛି । ଏହି ଯୋଦ୍ଧାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ଟିକା ରୁମ ପ୍ରସ୍ତୁତ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛି । ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ପ୍ରଦାନ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ (ଭୁବନେଶ୍ୱରକୁ ଛାଡ଼ି) ଗତକାଲି ପର୍ଯ୍ୟନ୍ତ କରୋନା ଟିକାକରଣ ବନ୍ଦ ରହିଥିଲା । ୫୫ଟି ଅଧିବେଶନରେ ୬୧୪୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମାତ୍ର ୩୧୪୧ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୫୧ ପ୍ରତିଶତ । ବାଲେଶ୍ୱରରେ ସର୍ବାଧିକ ୧୧୩ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଯାଜପୁରରେ ୮୪ ପ୍ରତିଶତ, କଟକରେ ୬୬, ଅନୁଗୁଳ ୫୯ ପ୍ରତିଶତ ଟିକାକରଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବନିମ୍ନ ୩୪ ପ୍ରତିଶତ ଟିକାକରଣ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୮ ହଜାର ୭ ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ଏ ଯାଏ ୨ ଲକ୍ଷ ୧୧ ହଜାର ୩୪୬ ଜଣ ଟିକା ନେଇ ସାରିଲେଣି ।