୩୦ ବର୍ଷ ପଛକୁ ଫେରିବ ଭାରତ ।

୩୦ ବର୍ଷ ପଛକୁ ଫେରିବ ଭାରତ ।

୩୦ ବର୍ଷ ପଛକୁ ଫେରିବ ଭାରତ ।
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନିୟନ୍ତ୍ରଣରେ ରଖିବା ଲାଗି ଘୋଷଣା କରାଯାଇଥିବା ୨୧ ଦିନିଆ ଲକଡାଉନ ନେଇ ସୃଷ୍ଟି ହୋଇଥିବା ସ୍ଥିତି ଦେଶର ଅର୍ଥନୀତି ଲାଗି ବଡ଼ ଧରଣର ବିପଦ ସୃଷ୍ଟି କରିଛି । ଏହାର ପ୍ରଭାବରେ ଭାରତର ଅଭିବୃଦ୍ଧି ହାର ୩୦ ବର୍ଷ ପଛକୁ ଫେରିଯିବା ଭଳି ବିପଦ ସୃଷ୍ଟି ହୋଇଛି । ଭାରତର ଅଭିବୃଦ୍ଧି ହାର ୫.୧ ପ୍ରତିଶତ ବଦଳରେ ୨ ପ୍ରତିଶତ ଭଳି ନିମ୍ନସ୍ତରକୁ ଖସିଯିବା ବେଳେ ରେଟିଂ ଏଜେନ୍ସି ଫିଚ୍ ଆକଳନ କରିଛି । ଫିଚ ଆକଳନ କରିଛି ଯେ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେବ । ପୂର୍ବରୁ ଭାରତ ସମ୍ପର୍କରେ ଏହା କହିଥିଲା ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଦେଶର ଅଭିବୃଦ୍ଧି ହାର ୫.୧ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବ । ଏବେ ନିଜ କଥାକୁ ବଦଳାଇ ଏହା ଜଣାଇଛି ଯେ ଭାରତର ଅଭିବୃଦ୍ଧି ହାର ୨ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି । ଶେଷ ଥର ପାଇଁ ୩୦ ବର୍ଷ ତଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଦେଶରେ ଲକଡାଉନ ଘୋଷଣା କରାଯାଇଥିବାରୁ ଗ୍ରାହକମାନେ କରୁଥିବା ବ୍ୟୟ ପରିମାଣ ହ୍ରାସ ପାଇଛି । ଏହା ଦ୍ୱାରା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଫିଚ କହିଛି । ଲକଡାଉନ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଲୋକମାନଙ୍କୁ ଘର ଭିତରେ ରଖିବା ଲାଗି ଅନେକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ପ୍ରଭାବରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଏହାର ପ୍ରଭାବରେ କମ୍ପାନୀ ଗୁଡ଼ିକର ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ପ୍ରଭାବିତ ହୋଇଛି । ସରକାର ଜାରି କରିଥିବା କଟକଣା ଯୋଗୁଁ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଗୁଡ଼ିକ ଲାଗି କାରବାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ୨୦୧୮-୧୯ରେ ଏହି ସଂସ୍ଥା ଗୁଡ଼ିକ ଘୋର ସଂକଟ ଦେଇ ଗତି କରିଥିଲେ । ଗତ ସପ୍ତାହରେ ଅନ୍ୟତମ ରେଟିଂ ଏଜେନ୍ସିଂ ମୁଡିସ ପକ୍ଷରୁ ଭାରତର ଅଭିବୃଦ୍ଧି ହାରକୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା । ଏହି ସଂସ୍ଥା ପୂର୍ବରୁ କହିଥିଲା ଯେ ଭାରତ ୫.୩ ପ୍ରତିଶତ ହାରରେ ଆଗକୁ ବଢ଼ିବ । ମାତ୍ର କରୋନା ମୁକାବିଲା ଲାଗି ସରକାର ଲକଡାଉନ ଘୋଷଣା କରିବା ପରେ ଏହ ନିଜର ଆକଳନକୁ ବଦଳାଇ ଦେଇଛି । ସେହିପରି ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ତରଫରୁ ଆକଳନ କରାଯାଇଛି ଯେ ଭାରତର ଅଭିବୃଦ୍ଧି ହାର ୨୦୨୦-୨୧ରେ ୪ ପ୍ରତିଶତ ଭଳି ନିମ୍ନ ସ୍ତରକୁ ହ୍ରାସ ପାଇବ ।