ବମିଖାଲ ଆକ୍ରାନ୍ତଂକ ବାହାର ରାଜ୍ୟ ଲିଙ୍କ

ବମିଖାଲ ଆକ୍ରାନ୍ତଂକ ବାହାର ରାଜ୍ୟ ଲିଙ୍କ

ଭୁବନେଶ୍ୱର : ବମିଖାଲ ଆକ୍ରାନ୍ତଙ୍କର ବାହାର ରାଜ୍ୟ ଲିଙ୍କ ରହିଛି । ତାଙ୍କ ବାପା ଭୋପାଳରେ ଚାକିରୀ କରିଥିବା ଜାଣିବାକୁ ମିଳିଛି । ସେହିପରି ପୁରୀରୁ ଚିହ୍ନଟ ଆକ୍ରାନ୍ତ ଜଣେ ପୋଷ୍ଟମ୍ୟାନ । ସେ ବିଜେବି ନଗର ପୋଷ୍ଟ ଅଫିସରେ କାମ କରୁଥିଲେ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ସୂଚନା ଦେବା ସହ କ୍ୱାରେଂଟାଇନରେ ରହିବାକୁ ସେ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ସବପୋଷ୍ଟ ଅଫିସରେ ସେ ପୋଷ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ । କୋର୍ଟ ଓ ଗୌତମ ନଗର ଅଂଚଳରେ ସେ ଚିଠି ବାଂଟିଥିଲେ । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କ୍ୱାରେଂଟାଇନରେ ରହିବାକୁ ଶ୍ରୀ ଚୌଧୁରୀ ଅନୁରୋଧ କରିଛନ୍ତି । ଅପରପକ୍ଷରେ ସୂର୍ଯ୍ୟନଗର ସଂକ୍ରମିତଙ୍କ ସମ୍ପର୍କୀୟ କୋଲକାତାରେ ରହୁଥିଲେ । କୋଲକାତାରେ ୪ ଦିନ ରହିଥିବା ଜାଣିବାକୁ ମିଳିଛି ।