‘ବାଡେ଼ଇ ନାହାନ୍ତି, ଗାଲକୁ ଛୁଇଁ ଦେଇଥିଲେ’

‘ବାଡେ଼ଇ ନାହାନ୍ତି, ଗାଲକୁ ଛୁଇଁ ଦେଇଥିଲେ’

‘ବାଡେ଼ଇ ନାହାନ୍ତି, ଗାଲକୁ ଛୁଇଁ ଦେଇଥିଲେ’
ଭୁବନେଶ୍ୱର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡ଼ାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଏବେ ଚର୍ଚ୍ଚାର ମୋଡ଼ ବଦଳିଯାଇଛି । ସାଂସଦ ତାଙ୍କୁ ବାଡେ଼ଇ ନଥିଲେ ବରଂ ଗାଲକୁ ଛୁଇଁ ଦେଇଥିଲେ ବୋଲି ସଂପୃକ୍ତ ଯୁବ ନେତା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ମଙ୍ଗଳବାର ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ଅବକାଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବିଜେଡ଼ିରେ ଯୋଗଦେବା ପାଇଁ ଆସିଥିଲେ । ତେବେ ଉତରୀୟ ପକାଇବେଳେ ସାଂସଦ ଶ୍ରୀ ସାହୁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିବାବେଳେ ବିଜେପି ମଧ୍ୟ ରାଜନୀତିକ ରୁଟି ସେକିବା ଆରମ୍ଭ କରିଦେଇଥିଲା । ତେବେ ଏନେଇ ସଂଗ୍ରାମଙ୍କ ମତାମତ ଚର୍ଚ୍ଚା ସୃଷ୍ଟି କରିଛି । ସଂଗ୍ରାମ କହିଛନ୍ତିଯେ, ସାଂସଦ ତାଙ୍କର ବଡ଼ଭାଇ । ସେ ସବୁବେଳେ ତାଙ୍କୁ ଆକଟ କରନ୍ତି । ତାଙ୍କ ସହ ସେ ଛାତ୍ର ଜୀବନରୁ ଜଡ଼ିତ ଅଛନ୍ତି । ସାଂସଦଙ୍କ ଆଶୀର୍ବାଦ ଯୋଗୁଁ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି ବୋଲି ସଂଗ୍ରାମ ପ୍ରକାଶ କରିଛନ୍ତି ।