ଆଉ ୧୫ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୭୫

ଆଉ ୧୫ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୭୫

ଆଉ ୧୫ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୭୫
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତ ମୃତୁ୍ୟସଂଖ୍ୟା ୧୫୭୫କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବାବେଳେ ଗଜପତି, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ସେହିପରି ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡ଼ା, କୋରାପୁଟ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ପ୍ରକାଶ ଯେ, ରାଜ୍ୟରେ ଆଜି ଆଉ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରୁ ୫୦୨ ଜଣ ଥିବାବେଳେ ୩୬୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।