ଆଉ ୬୧୮ ଆକ୍ରାନ୍ତ ଚିହ୍ନଟ

ଆଉ ୬୧୮ ଆକ୍ରାନ୍ତ ଚିହ୍ନଟ

ଆଉ ୬୧୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୪୧୧ ଥିବାବେଳେ ୨୦୭ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ରେ ପହଁଚିଥିବାବେଳେ ୯୮୬୪ ଜଣ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷରେ ୪୯୩୩ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୪, ବାଲେଶ୍ୱରରେ ୬୧, ଭଦ୍ରକରେ ୧, ବଲାଙ୍ଗୀରରେ ୨, ବୌଦ୍ଧରେ ୨, କଟକରେ ୧୬, ଢେଙ୍କାନାଳରେ ୨, ଗଞ୍ଜାମରେ ୨୮୬, ଜଗତସିଂହପୁରରେ ୨୬, ଯାଜପୁରରେ ୫, ଝାରସୁଗୁଡ଼ାରେ ୧, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୫, ଖୋର୍ଦ୍ଧାରେ ୧୦୭, କୋରାପୁଟରେ ୧, ମାଲକାନାଗିରିରେ ୧୩, ମୟୂରଭଞ୍ଜରେ ୨୧, ନୟାଗଡ଼ରେ ୧୫, ପୁରୀରେ ୫, ରାୟଗଡ଼ାରେ ୧, ସମ୍ବଲପୁରରେ ୧୦, ସୁନ୍ଦରଗଡ଼ରେ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଯାବତ ୩୫୩୮୨୪ ନମୁନା ପରୀକ୍ଷଣ ହୋଇଛି ।