ଆଉ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ
ଆଉ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ
admin
Jul 21, 2020 - 05:58
Updated: Jul 21, 2020 - 05:58
ଭୁବନେଶ୍ୱର : ରାଜ୍ୟରେ ଆଉ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରୁ ୪୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୧୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୨୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ଚିକିତ୍ସିତ ହେଉଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୩୭, ବାଲେଶ୍ୱରରେ ୪୦, ବରଗଡ଼ରେ ୪, ଭଦ୍ରକରେ ୧୨, ବଲାଙ୍ଗୀରରେ ୫, କଟକରେ ୮୪, ଢେଙ୍କାନାଳରେ ୧୦, ଗଞ୍ଜାମରେ ୨୨୫, ଜଗତସିଂହପୁରରେ ୭, ଯାଜପୁରରେ ୨, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୧୩, ଖୋର୍ଦ୍ଧାରେ ୬୮, କେନ୍ଦୁଝରରେ ୮, କୋରାପୁଟରେ ୨୮, ମାଲକାନାଗିରିରେ ୧୦, ମୟୂରଭଞ୍ଜରେ ୩, ନବରଙ୍ଗପୁରରେ ୨, ନୟାଗଡ଼ରେ ୪, ରାୟଗଡ଼ାରେ ୪୭, ସମ୍ବଲପୁରରେ ୧୦, ସୋନପୁରରେ ୧ ଓ ସୁନ୍ଦରଗଡ଼ରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।