ଆକ୍ସିସ୍ ବ୍ୟାଙ୍କରେ ୫ ହଜାର କୋଟି ନିବେଶ କରିବ ଏହି କମ୍ପାନୀ

ଆକ୍ସିସ୍ ବ୍ୟାଙ୍କରେ ୫ ହଜାର କୋଟି ନିବେଶ କରିବ ଏହି କମ୍ପାନୀ

ଆକ୍ସିସ୍ ବ୍ୟାଙ୍କରେ ୫ ହଜାର କୋଟି ନିବେଶ କରିବ ଏହି କମ୍ପାନୀ
ମୁମ୍ବାଇ : ଆକ୍ସିସ୍ ବ୍ୟାଙ୍କରେ ୫ ହଜାର କୋଟି ଟଙ୍କା ନିବେଶ କରାଯାଉଛି କାର୍ଲାଇଲ ଗ୍ରୁପ୍ । ଦୁଇ କମ୍ପାନୀ ମଧ୍ୟରେ ଏହାକୁ ନେଇ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି । ଏହା ପୂର୍ବରୁ କ୍ୟୁଆଇପି ଜରିଆରେ ୧୦ ହଜାର କୋଟି ଟଙ୍କାର ଫଣ୍ଡିଂ ସଂଗ୍ରହ କରି ସାରିଛି ଆକ୍ସିସ ବ୍ୟାଙ୍କ । ଏହା ଦ୍ୱାରା ବ୍ୟାଙ୍କ ନିଜର ଘରୋଇ କାର୍ଯ୍ୟରେ ଅଭିବୃଦ୍ଧି କରିପାରିବ । ଭାରତରେ ନିଜର ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ନିବେଶ କରାଯାଇଥିବା ଜଣାପଡିଛି । କାର୍ଲାଇଲ ଗ୍ରୁପସକୁ ବ୍ୟାଙ୍କ ତରଫରୁ ଯେଉଁ ଅଂଶଧନ ପ୍ରଦାନ କରାଯିବ ତାହାକୁ ୧୮-୨୪ ମାସ ପାଇଁ ଳକ ଇନରେ ରଖାଯିବ । ଏହି ଖବର ଆସିବା ପରେ ଆକ୍ସିସ ବ୍ୟାଙ୍କର ଅଂଶଧନ ମୂଲ୍ୟ ୪୪୪ ଟଙ୍କା ରହିଛି । ଆକ୍ସିସ୍ ବ୍ୟାଙ୍କର ସମୁଦାୟ ମୂଲ୍ୟ ୧.୩୫ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ କାର୍ଲାଇଲକୁ ୩.୫ରୁ ୪.୫ ଅଂଶଧନ ବିକ୍ରୟ କରିବ ଆକ୍ସିସ ବ୍ୟାଙ୍କ ।