ଆଜି ରାଜ୍ୟରୁ ୧୯୦୪ ନୂତନ ଆକ୍ରାନ୍ତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ ୨୨୧

ଆଜି ରାଜ୍ୟରୁ ୧୯୦୪ ନୂତନ ଆକ୍ରାନ୍ତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ ୨୨୧

ଆଜି ରାଜ୍ୟରୁ ୧୯୦୪ ନୂତନ ଆକ୍ରାନ୍ତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ ୨୨୧
ଭୁବନେଶ୍ୱର : ଆଜି ରାଜ୍ୟରୁ ୧୯୦୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେଣ୍ଟିନରୁ ଏବଂ ୭୮୯ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତିତ ଅନୁଗୁଳ ଜିଲ୍ଲାରୁ ୧୦୯ ଜଣ, ବାଲେଶ୍ୱରରୁ ୯୦, ବରଗଡରୁ ୩୫, ଭଦ୍ରକରୁ ୧୯, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୨୪, କଟକରୁ ୧୧୧, ଦେବଗଡରୁ ୨୧, ଢେଙ୍କାନାଳରୁ ୫୦, ଗଜପତିରୁ ୨, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୭୩, ଯାଜପୁରରୁ ୪୯, ଝାରସୁଗୁଡାରୁ ୫୧, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୧୦୬, କେନ୍ଦୁଝରରୁ ୫୬, କୋରାପୁଟରୁ ୩୬, ମାଲକାନଗିରିରୁ ୩୦, ମୟୁରଭଞ୍ଜରୁ ୯୩, ନବରଙ୍ଗପୁରରୁ ୪୩, ନୟାଗଡରୁ ୩୨, ନୂଆପଡାରୁ ୧୨୮, ପୁରୀରୁ ୪୯, ରାୟଗଡାରୁ ୧୭, ସମ୍ବଲପୁରରୁ ୪୪, ସୋନପୁରରୁ ୭୩, ସୁନ୍ଦର ଗଡରୁ ୧୦୦ ଏବଂ ଷ୍ଟେଟ ପୁଲରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦ରେ ପହଞ୍ଚିଛି ।