ଆଜି ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି

ଆଜି ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି

ଆଜି ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀ, ମୟୂରଭଞ୍ଜ ବାଲେଶ୍ବର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରି, କଳାହାଣ୍ଡି ନୟାଗଡ, ସୁବର୍ଣ୍ଣପୁର,ବରଗଡ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ମୃତକଙ୍କ ବୟସ ୬୪ ଓ ୫୦ବର୍ଷ ରହିଥିବାର ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ ୭୫ ବର୍ଷୀୟା ମହିଳା ଓ ଅନ୍ୟ ଜଣେ ୭୨ ବର୍ଷୀୟ ପୁରୁଷ । ସେହିପରି ବାଲେଶ୍ବରରୁ ୭୨ ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି । ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୮୦ ବର୍ଷୀୟା ବୃଦ୍ଧା ଥିବାବେଳେ ଅନ୍ୟ ଜଣେ ୯୦ ବର୍ଷୀୟ ବୃଦ୍ଧ ରହିଛନ୍ତି । ମୟୂରଭଞ୍ଜରୁଜଣେ ୫୩ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ୫୬ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ବରଗଡରୁ ୫୩ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ୭୦ ବର୍ଷୀୟ ପୁରୁଷ, କନ୍ଧମାଳରୁ ୫୧ ବର୍ଷୀୟ ପୁରୁଷ, ମାଲକାନଗିରିରୁ ୪୦ ବର୍ଷୀୟ ପୁରୁଷ, ନୟାଗଡରୁ ୮୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ସୁବର୍ଣ୍ଣପୁରରୁ ୬୭ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।