ଆଟାଚିରେ ଶବ

ଆଟାଚିରେ ଶବ

ଆଟାଚିରେ  ଶବ

କେହି ହତ୍ୟା କରି ଆଟାଚିରେ ଶବ ରଖିନାହାନ୍ତି । ଗବେଷଣା ପାଇଁ ବିଶେଷଜ୍ଞ ଦଳ ୫୦ଜଣ ଜନ୍ତଙ୍କୁ ଶବକୁ ଆଟାଚିରେ ରଖିଛନ୍ତି । ବୟସ୍କ ପ୍ରାଣୀ, ରୋଗାକନ୍ତ ପଶୁଙ୍କୁ କିଛି ମାସ ଧରି ଗବେଷକ ଦଳ ତାଙ୍କ ଦୃଷ୍ଟିରେ ରଖିଥିଲେ । ପଶୁମାନଙ୍କ ପ୍ରାଣ ଯିବା ପରେ ସେମାନଙ୍କୁ ଆଟାଚିରେ ରଖି ଅନୁଧ୍ୟାନ ଚାଲିଛି । ବ୍ରିଟେନରେ କୌଣସି ଏକ ବିଶ୍ୱ ବିଦ୍ୟାଳୟରେ ଏହି ଗବେଷଣା ହେଉଛି । ଏବର୍ଷ ଆରମ୍ଭରୁ ପ୍ରାଣୀଙ୍କ ମୃତଶରୀର ସଂଗ୍ରହ ଆରମ୍ଭ ହୋଇଥିଲା । ଗବେଷଣା ପଛର କାରଣ ମଧ୍ୟ ଜଣାପଡିଛି । ବିଶ୍ୱର ପ୍ରମୁଖ ଅଂଚଳରେ ନିୟମିତ ଭାବେ ହତ୍ୟା ହେଉଛି । କେତେକ ହତ୍ୟାକାଣ୍ଡରେ ଦୋଷୀ ଧରାପଡୁନାହାନ୍ତି । ଏଭଳି ବିଚାରଧୀନ ସଂଖ୍ୟା ବଢିବା ପରେ ଗବେଷକ ଦଳ ଦୋଷୀ ଚିହ୍ନଟ ପାଇଁ୫୦ଟି ଆଟାଚିରେ ପଶୁଙ୍କ ଶବ ରଖି ଗବେଷଣା ଚଲାଇଛନ୍ତି । ୨୦୨୩ ଡିସେମ୍ବର ସୁଦ୍ଧା ଗବେଷଣାର ଫଳାଫଳ ପ୍ରକାଶ ପାଇପାରେ ।