ଓସାକାର ଗୋଟିଏ ସ୍ଥାନରୁ ମିଳିଲା ୧୫୦୦ ଲୋକଙ୍କ ଦେହାବଶେଷ
ଓସାକାର ଗୋଟିଏ ସ୍ଥାନରୁ ମିଳିଲା ୧୫୦୦ ଲୋକଙ୍କ ଦେହାବଶେଷ
admin
Aug 26, 2020 - 11:18
Updated: Aug 26, 2020 - 11:18
ଓସାକା : ଜାପାନର ଓସାକାର ଏକ ଅଞ୍ଚଳରେ ଖନନ କରାଯାଉଥିବା ସମୟରେ ପ୍ରାୟ ୧୫୦୦ ଲୋକଙ୍କ କଙ୍କାଳ ମିଳିଛି । ଓସାକା ସହର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହର ବିକାଶ ନିମନ୍ତେ ଖନନ କାର୍ଯ୍ୟ କରାଯାଉଥିବା ସମୟରେ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି । ତେବେ ଏକ ସ୍ଥାନରୁ ଏହି କଙ୍କାଳ ମିଳିବା କୌଣସି ମହାମାରୀରୁ ହୋଇଥିବା ମୃତ୍ୟୁ ଆଡକୁ ଇଙ୍ଗିତ କରୁଛି । ଏହି ସମସ୍ତ ମର ଶରୀର ଗୁଡିକ ୧୮ ଶହ ଶତାବ୍ଦୀର ବୋଲି ଜଣାପଡିଛି । ଏହି ସମସ୍ତ ମୃତ ଶରୀରକୁ ଅଧିକ ପରୀକ୍ଷଣ ପାଇଁ ଖନନ ସ୍ଥଳରୁ ସ୍ଥାନାନ୍ତର କରାଯାଇଛି । ଏହି ମୃତ ଶରୀର ମାନଙ୍କୁ ପରୀକ୍ଷଣ କରାଯାଇ ୧୮ ଶହ ଶତାବ୍ଦୀରେ ଲୋକଙ୍କର ଜୀବନଶୈଳୀ ଏବଂ ମୃତ୍ୟୁ ପରର ପରସ୍ଥିତି ସମ୍ପର୍କରେ ଅନୁଶୀଳନ କରାଯିବ ।