ଖାଦ୍ୟ ପାନୀୟ ବିନା ବଞ୍ଚିଛନ୍ତି ୮୦ବର୍ଷ

ଖାଦ୍ୟ ପାନୀୟ ବିନା ବଞ୍ଚିଛନ୍ତି ୮୦ବର୍ଷ

ଖାଦ୍ୟ ପାନୀୟ ବିନା ବଞ୍ଚିଛନ୍ତି ୮୦ବର୍ଷ
ନବେ ବର୍ଷ ବୟସ୍କ ପ୍ରହ୍ଲାଦ ଜାନୀ ଜଣେ ଜୀବନ୍ତ ବିସ୍ମୟ । ଗଲା ଅଶୀ ବର୍ଷ ହେଲା ସେ ଖାଦ୍ୟ ପାଣି ବିନା ବଞ୍ଚିରହିଥିବା ଦାବି କରନ୍ତି । ୧୯୨୯ ଅଗଷ୍ଟ ୧୩ ତାରିଖରେ ସେ ଗୁଜରାଟର ମହେସଣା ଜିଲ୍ଲାରେ ଜନ୍ମ ହୋଇଥିଲେ । ମାତ୍ର ସାତ ବର୍ଷ ହୋଇଥିବା ବେଳେ ସେ ଘର ଛାଡ଼ି ଜଙ୍ଗଲକୁ ଚାଲିଯାଇଥିଲେ । ଶେଷ ଥର ପାଇଁ ଅମ୍ବାଙ୍କ କୃପାରୁ ଖାଦ୍ୟ ଓ ପାଣି ବିନା ବଞ୍ଚିରହିଥିବା ସେ କହନ୍ତି । ଏବେ ସେ ଅହମଦାବାଦଠାରୁ ପ୍ରାୟ ୧୮୦ କିଲୋମିଟର ଦୂର ଏକ ପାହାଡ଼ ଉପରେ ଅମ୍ବାଜୀ ମନ୍ଦିର ନିକଟରେ ଏକ ଗୁମ୍ଫାରେ ରହୁଛନ୍ତି । ତାଙ୍କ ଜୀବନ ଶୈଳୀ ଓ କାର୍ଯ୍ୟକଳାପ ଦେଶ ବିଦେଶରେ ଡାକ୍ତରମାନଙ୍କୁ ବିସ୍ମିତ କରୁଛି । ୨୦୦୩ ଓ ୨୦୧୦ ରେ ଏକ ଡାକ୍ତରୀ ଦଳ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ଉଲ୍ଲେଖନୀୟ କଥା ହେଉଛି, ୨୦୦୬ ମସିହାରେ ଡିସକଭରି ଚାନେଲ’ ତାଙ୍କ ଉପରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲା ।