ଏହି ସିନେମାରେ ନଜର ଆସିବେ ଦୁଇ ଭଉଣୀ କରୀନା ଓ କରୀସ୍ମା କପୁର ।

ଏହି ସିନେମାରେ ନଜର ଆସିବେ ଦୁଇ ଭଉଣୀ କରୀନା ଓ କରୀସ୍ମା କପୁର ।

ଏହି ସିନେମାରେ ନଜର ଆସିବେ ଦୁଇ ଭଉଣୀ କରୀନା ଓ କରୀସ୍ମା କପୁର ।
ବଲିଉଡ୍‌ରେ ସର୍ବଦା ଲାଇମ୍‌ ଲାଇଟ୍‌ରେ ରହୁଥିବା କପୁର ସିଷ୍ଟର୍ସ କରୀନା କପୁର ଖାନ୍‌ ଓ କରିସ୍ମା କପୁରଙ୍କୁ କେବେ ବି ପରଦାରେ ଏକାଠି ଦେଖିବାକୁ ମିଳିନାହିଁ। କିନ୍ତୁ ସେମାନଙ୍କ ଫ୍ୟାନ୍‌ମାନଙ୍କର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ କରିସ୍ମା ଓ କରୀନା ୨୦୦୧ରେ ରିଲିଜ୍‌ ହୋଇଥିବା ପିଲ୍ମ ‘ଜୁବୈଦା’ର ସିକ୍ୱେଲ୍‌ ‘ଋତ୍‌ବା’ରେ ଅଭିନୟ କରିବେ। ‘ଜୁବୈଦା’ର ସ୍କ୍ରିପ୍ଟ ଖାଲିଦ ମହମ୍ମଦ ଲେଖିଥିଳେ। ଆଉ ଏବେ ସେ ଏହାର ସିକ୍ୱେଲ୍‌ ପାଇଁ ଯୋଜନା ଆରମ୍ଭ କରିଛନ୍ତି। କରିସ୍ମା ଓ କରୀନାଙ୍କୁ ନେଇ କାହାଣୀ ଲେଖାଯାଉଛି। କରିସ୍ମା ଏଥିରେ କରୀନାଙ୍କ ମାଆ ଭୂମିକାରେ ଅଭିନୟ କରିବେ। କରିସ୍ମାଙ୍କୁ ଫ୍ଲାସ୍‌ବ୍ୟାକ୍‌କୁ ଦେଖାଯିବ ଏବଂ କରୀନା ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ । ଫିଲ୍ମରେ କରିସ୍ମାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିବ ଓ କରୀନା ଏହି ରହସ୍ୟ ଉପରକୁ ପରଦା ଉଠାଇବେ । ଏହାକୁ ନେଇ ଫିଲ୍ମଟି ଗତିଶୀଳ ହେବ । ଏହାକୁ ନେଇ ଖାଲିଦ କହିଛନ୍ତି, “କରିସ୍ମା ଓ କରୀନାଙ୍କୁ ଏହାସଙ୍ଗରେ ସ୍କ୍ରିନ୍‌ରେ ଦେଖିବା ମୋ ପାଇଁ ବହୁତ ଖୁସିର କଥା। ଯଦି କରିସ୍ମା ଓ କରୀନା ଏ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହେବେ, ତା’ହେଲେ ଫିଲ୍ମଟି ନିଶ୍ଚୟ ତିଆରି କରିବି। ସେହିପରି ଏହି କାହାଣୀ ପାଇଁ ମୁଁ ଏପରି ନିର୍ଦ୍ଦେଶକ ଚାହୁଁଛି, ଯାହାର ଭାବନା ମୋ ସହିତ ମେଳ ଖାଉଥିବ।” । ସୂଚନାଯୋଗ୍ୟ, ୨୦୦୧ରେ ନିର୍ମାଣ ହୋଇଥିବା ଫିଲ୍ମ ‘ଜୁବୈଦା’ରେ କରିସ୍ମା କପୁର, ରେଖା ଓ ମନୋଜ ବାଜପେୟୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଶ୍ୟାମ୍‌ ବେନେଗଲ୍‌ ଏହାର ନିର୍ଦ୍ଦେଶନା ଦେଇଥିଲେ। ସେହି ସମୟରେ ବେଷ୍ଟ ଫିଚର୍‌ ଫିଲ୍ମ ଭାବରେ ‘ଜୁବୈଦା’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।