କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୬୩ ଜଣଙ୍କ ମୁଣ୍ଡ ନେଲା କରୋନା
କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୬୩ ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : କରୋନାରେ ଆଉ ୬୩ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୬୬୨ରେ ପହଁଚିଛି । ଏଯାବତ ୯ ଲକ୍ଷ ୪୧ ହଜାର ୭୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୧୨ ହଜାର ୪୬୩ ଜଣ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବାଲେଶ୍ୱରରେ ୨, ବରଗଡ଼ରେ ୭, ବଲାଙ୍ଗୀରରେ ୧, ବୌଦ୍ଧରେ ୩, ଢେଙ୍କାନାଳରେ ୪, ଗଜପତିରେ ୧, ଗଞ୍ଜାମରେ ୫, ଜଗତସିଂହପୁରରେ ୨, ଯାଜପୁରରେ ୩, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୪, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୧୩, ମୟୂରଭଞ୍ଜରେ ୬, ନୟାଗଡ଼ରେ ୩, ପୁରୀରେ ୫ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୮, ବାଲେଶ୍ୱରରେ ୧୮୧, ବରଗଡ଼ରେ ୧୯, ଭଦ୍ରକରେ ୮୬, ବଲାଙ୍ଗୀରରେ ୧୩, ବୌଦ୍ଧରେ ୧୦, କଟକରେ ୨୯୭, ଦେବଗଡ଼ରେ ୫, ଢେଙ୍କାନାଳରେ ୪୪, ଗଜପତିରେ ୫, ଗଞ୍ଜାମରେ ୧୩, ଜଗତସିଂହପୁରରେ ୮୯, ଯାଜପୁରରେ ୧୪୧, ଝାରସୁଗୁଡ଼ାରେ ୧୦, କଳାହାଣ୍ଡିରେ ୮, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୨୯, କେନ୍ଦୁଝରରେ ୩୫, ଖୋର୍ଦ୍ଧାରେ ୩୨୨, କୋରାପୁଟରେ ୩୧, ମାଲକାନାଗିରିରେ ୪୨, ମୟୂରଭଞ୍ଜରେ ୧୧୦, ନବରଙ୍ଗପୁରରେ ୧୫, ନୟାଗଡ଼ରେ ୭୮, ନୂଆପଡ଼ାରେ ୬, ପୁରୀରେ ୧୪୪, ରାୟଗଡ଼ାରେ ୨୪, ସମ୍ବଲପୁରରେ ୧୪, ସୋନପୁରରେ ୧୭, ସୁନ୍ଦରଗଡ଼ରେ ୭୫ ଓ ରାଜ୍ୟ ପୁଲରେ ୫୯ ଜଣ ସଂକ୍ରମିତ ହୋଇଛନ୍ତି ।