କଳାହାଣ୍ଡି ବିକାଶର ମଡେଲ : ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ବିକାଶର ମଡେଲ : ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ବିକାଶର ମଡେଲ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଳାହାଣ୍ଡି ମଙ୍ଗଳପୁର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି । ଜୟ ମା’ ମାଣିକେଶ୍ୱରୀ କହି ନିଜର ସମ୍ବୋଧନ ଆରମ୍ଭ କରିଥିଲେ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସେ ନିଜର ଉଦବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ ରହିଛି । ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି । ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଶିଶୁ ଓ ମାଆଙ୍କ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଏହାଛଡ଼ା କଳହାଣ୍ଡିରେ ମୁ୍ୟଜିୟମ ଓ ପାର୍କ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଉକ୍ତ ମୁ୍ୟଜିୟମରେ ମା’ ଇନ୍ଦ୍ରାବତୀଙ୍କ ମନ୍ଦିର ବି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଯେ, ଇନ୍ଦ୍ରାବତୀର ଟୋପାଏ ଜଳକୁ ନଷ୍ଟ ହେବାକୁ ଦିଅନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରକାଶ ଯେ, ଆଜି କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେଇଛନ୍ତି । ମକର ସଂକ୍ରାନ୍ତିରେ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାକୁ ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି । ୧୦୬୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ୫୨ଟି ପ୍ରକଳ୍ପ ପାଇଁ ୧୦୨୦ କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।