କେଉଁଠି ହେଲା ‘ନିଆଁବାତ୍ୟା’ ଆସନ୍ତୁ ଜାଣିବା

କେଉଁଠି ହେଲା ‘ନିଆଁବାତ୍ୟା’ ଆସନ୍ତୁ ଜାଣିବା

କେଉଁଠି ହେଲା ‘ନିଆଁବାତ୍ୟା’ ଆସନ୍ତୁ ଜାଣିବା
ଆପଣମାନେ ବାତ୍ୟା ଦେଖିଥିବେ ଏବଂ ତାର ଅନୁଭୂତି ବି ଯଥେଷ୍ଟ ଥିବ କିନ୍ତୁ ଏମିତି ‘ନିଆଁବାତ୍ୟା’ କଥା ନା କେବେ ଶୁଣିଥିବେ ନା ଦେଖିଥିବେ । ଆଜି ପ୍ରକୃତି ଜଳୁଛି । ପରିବେଶ କୁହୁଳୁଛି । ଆମ କଥାକୁ ନେଇ ଆମରି ଉପରେ ଏହିଭଳି ଏକ ପରିବେଶ ପର୍ଯ୍ୟବସିତ ସିନେମା ନିର୍ମାଣ କରିଛନ୍ତି ସୂର୍ଯ୍ୟ ଶଙ୍କର ଦାଶ । ଯାହାର ଶୀର୍ଷକ ରହିଛି ‘ନିଆଁବାତ୍ୟା ସେଭେଣ୍ଟି ଥାଉଜାଣ୍ଟ ଇଅର୍ସ ଏଗୋ ଦେୟାର ୱାଜ ଏ ଫାୟାରଷର୍ମ’ । ଏହି ନୂଆ ଓଡ଼ିଆ ଫିଚର ଫିଲ୍ମର ଅବଧି ୧ ଘଣ୍ଟା ୧୫ ମିନିଟ ଅର୍ଥାତ ୭୫ ମିନିଟ ରହିଥିବା ବେଳେ ଏହାର ସୁଟିଂ ମାତ୍ର ତିନି ଦିନରେ ଶେଷ ହୋଇଛି । କଳିଙ୍ଗ ଷ୍ଟୁଡିଓ ପରିସରରେ ନିର୍ମିତ ଏହି ସିନେମା ବିଶ୍ୱର ସବୁଠାରୁ କମ୍ ସମୟରେ ଶେଷ ହୋଇଥିବା ଏକ ସିନେମା ବୋଲି ନିଜେ ନିର୍ମାତା ଶ୍ରୀ ଦାଶ ଦୃଢ଼ ଦାବି କରିଛନ୍ତି । ସେ ଏହା ବି କହିଛନ୍ତି ଯେ, ଆମେ ସେ ଲକ୍ଷ୍ୟ ରଖି ସିନେମା କରୁନଥିଲୁ ହେଉ ହେଉ ହେଇଯାଇଛି । ଦୀର୍ଘ ୧୫ ବର୍ଷର କ୍ୟାରିୟରରେ ପ୍ରାମାଣିକ ଚିତ୍ର କରି ଅନେକ ଅନ୍ତର୍ଜାତୀୟ ଦର୍ଶକ ପ୍ରଶଂସା ଓ ସ୍ୱୀକୃତି ପାଇଛି । କିନ୍ତୁ ଏହା ମୋର ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ହୋଇଥିବା ବେଳେ ଆଶା ସମସ୍ତଙ୍କୁ ପସନ୍ଦ ଆସିବ । ଫିଲ୍ମର କ୍ୟାମେରାରେ ରାଜମୋହନ ସୋରେନ ଏବଂ ସହାୟତା କରିଥିଲେ କାହ୍ନୁ ବେଶ୍ରା । ସାଉଣ୍ଡର ଦିଲେଶ୍ୱର ପ୍ରଧାନ ଏବଂ ସହାୟତା କରିଥିଲେ ଲିଟୁ ଟୁଡୁ । ଏଡିଟିଂ ଜୟଦୀପ । କଳାନିଦେ୍ର୍ଧଶନା ମହେନ୍ଦ୍ର ବୁଡେକ, ଗଣେଶ ଦାଶ, ପୋଷାକ ଅମର ପରିଡ଼ା ସହଯୋଗ କରିଥିଲେ । ସୁଜାତା, ବିଶ୍ୱରଞ୍ଜନ, ଏସକେ ବାବୁଲୁ, ଭମର, ଅଜିତ, କଶୀଣ, କଳିକା, ଗୁନଗୁନ, ବିରଞ୍ଚି, ଆଲୋକ, ରସିକ, ଟିକିନା, ସଚ୍ଚି, ତି୍ରଲୋଚନ, ଚିତ୍ତରଞ୍ଜନ, ଗିରିଜା, ସରୋଜ, ଶ୍ରୀଧର, ସୁସ୍ମିତା, ବିଶ୍ୱଜିତ, ସୁବାସ, ଧନେଶ୍ୱର, ପ୍ରାଣକୃଷ୍ଣ ପ୍ରମୁଖ ଅଭିନୟ କରିଛନ୍ତି । ଏହି ସିନେମା ନିର୍ମାଣ କରିଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ବହୁ ସିନେମା ବିଭିନ୍ନ ଫେଷ୍ଟିଭାଲକୁ ଯାଇ ପ୍ରଶଂସିତ ହୋଇଛି ।