କୋଭିଡ ରୋଗୀଙ୍କ ସହ ଯୌନ ସଂପର୍କ, ସତର୍କ ରହିବାକୁ ନିର୍ଦେଶ
କୋଭିଡ ରୋଗୀଙ୍କ ସହ ଯୌନ ସଂପର୍କ, ସତର୍କ ରହିବାକୁ ନିର୍ଦେଶ

ୱେଲିଂଟନ : ଡାକ୍ତରଖାନାକୁ ପରିଦର୍ଶନ ପାଇଁ ଯିବା ବେଳେ ସଂପର୍କୀୟମାନେ ରଖୁଛନ୍ତି ଯୌନ ସଂପର୍କ। କିଛି ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କ ରହୁଥିବା ଅଭିଯୋଗ ହେଉଛି। ନ୍ୟୁଜିଲାଣ୍ଡ୍ରେ ଘଟୁଥିବା ଏହି ଘଟଣା ସଂପର୍କରେ ଜଣେ ସାମ୍ବାଦିକ ନୁ୍ୟଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ। ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ହଠାତ ଚକିତ ହୋଇଯାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ରୋଗୀ ଓ ପରିଦର୍ଶକଙ୍କ ମଧ୍ୟରେ ଯୌନ ସଂପର୍କକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ୟ୍ୟଭାବେ ବିବେଚନା କରାଯିବ କି ବୋଲି ସାମ୍ବାଦିକ ପଚାରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ କୋଭିଡ ସ୍ଥିତି ଯାହା ଥାଉ ନା କାହିଁକି ଡାକ୍ତରଖାନାର ପରିଦର୍ଶନ ସମୟରେ ରୋଗୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ସାଧାରଣତଃ ଯୌନ ସଂପର୍କ ରହିବା ଉଚିତ ନୁହେଁ । ଉଲ୍ଲେଖଯୋଗ୍ୟ, ଅକଲାଣ୍ଡ ଜିଲ୍ଲା ସ୍ୱାସ୍ଥ୍ୟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲରେ କୋଭିଡ ରୋଗୀଙ୍କୁ ଭେଟିବାକୁ ଯାଉଥିବା ଲୋକଙ୍କ ମଧ୍ୟରୁ ଅନେକ ଯୌନ ସଂପର୍କରେ ଲିପ୍ତ ରହୁଥିବା ଅଭିଯୋଗ ଆସିଛି ।