ଚୁପ୍ ରହୁଛନ୍ତି କଙ୍ଗନା

ଚୁପ୍ ରହୁଛନ୍ତି କଙ୍ଗନା

ଚୁପ୍ ରହୁଛନ୍ତି କଙ୍ଗନା
ଫିଲ୍ମ ପ୍ରମୋସନ ହେଉ ଅଥବା କୌଣସି ଇଭେଣ୍ଟ-କଙ୍ଗନାଙ୍କୁ ଚୁପ୍ ବସିଥିବାର ଦେଖିବାକୁ ମିଳେ ନାହିଁ । ବିତର୍କର ଅନ୍ୟ ନାଁ କଙ୍ଗନା । ସାମ୍ବାଦିକଙ୍କୁ ମନଇଚ୍ଛା ଗାଳି କରନ୍ତି ତ ବଲିଉଡ଼ର ନେପୋଟିଜିମ ବିରୋଧରେ ଗର୍ଜି ଉଠନ୍ତି । ହେଲେ ଏଇ କିଛି ଦିନ ହେବ କଙ୍ଗନାଙ୍କ ପାଟି ଟିକେ ଚୁପ ପଡ଼ିଥିବାର ମନେ ହେଉଛି । ଯଦିଓ କଙ୍ଗନା ଚୁପ୍ ରହିଲେ କ’ଣ ହେବ । ତାଙ୍କ ଭଉଣୀ ରଙ୍ଗୋଲି ତ ଟ୍ୱିଟରକୁ ଏକ ପ୍ରକାର ଯୁଦ୍ଧକ୍ଷେତ୍ର ଭାବି ନେଇଛନ୍ତି । ତେବେ ସେ ଯାହା ହେଉନା କାହିଁକି କଙ୍ଗନା କଣ ପାଇଁ ତୁନି ପଡ଼ିଯାଇଛନ୍ତି ସେ ବିଷୟରେ ଟିକେ ନଜର ପକାଇବା । କାରଣ ହେଲା ତାଙ୍କ ଅଭିନୀତ ଫିଲ୍ମ ‘ମଣିକର୍ଣ୍ଣିକା’ ଜଜମେଣ୍ଟାଲ ହୈ କାଁ’କୁ ବକ୍ସ ଅଫିସରେ ସେତିକି ସଫଳତା ମିଳିନାହିଁ । ଯେତିକି କଙ୍ଗନା ଆଶା କରୁଥିଲେ । ଏହି ଦୁଇ ଫିଲ୍ମର ବିଫଳତା ପରେ କଙ୍ଗନା ପୂର୍ବ ଅପେକ୍ଷା ଟିକେ ସତର୍କ ହୋଇଯାଇଛନ୍ତି । ଆଜିକାଲି ନିଜ ଆଗାମୀ ଫିଲ୍ମ ‘ପଙ୍ଗା’ର ସୁଟିଂ ନେଇ ବ୍ୟସ୍ତ ରହୁଛନ୍ତି । ଅଶ୍ୱିନୀ ଆୟାର ତିୱାରି ନିଦେ୍ର୍ଧଶିତ ଏହି ଫିଲ୍ମ ଜାନୁଆରୀ ମାସରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହାର ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ପୁରା ଦମରେ ଆଗେଇ ଚାଲିଛି । କଙ୍ଗନା ଏହା ମଧ୍ୟରେ ବିଶେଷ କିଛି ଟିପ୍ପଣୀ ନ ଦେଇ ନିଜ କାମକୁ ଆଗେଇ ନେଇଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ କିଭଳି ବ୍ୟବସାୟ କରିବ ତାହା ଫିଲ୍ମଟିର ରିଲିଜ ପରେ ଜଣାପଡ଼ିବ । ସେତେଦିନ ଯାଏ ବୋଧହୁଏ କଙ୍ଗନା ଚୁପ୍ ରହିବେ ।