ଛକ ଜାଗାରେ କଙ୍କାଳର ସ୍କେଚ୍ ମାରିଲା ପୋଲିସ

ଛକ ଜାଗାରେ କଙ୍କାଳର ସ୍କେଚ୍ ମାରିଲା ପୋଲିସ

ଛକ ଜାଗାରେ କଙ୍କାଳର ସ୍କେଚ୍ ମାରିଲା ପୋଲିସ
ଭୁବନେଶ୍ୱର : ଭୁବନେଶ୍ୱରସ୍ଥ ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଗାଡ଼ିରୁ ନରକଙ୍କାଳ ଉଦ୍ଧାର ଘଟଣାରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲୋ ଉକ୍ତ କଙ୍କାଳ କାହାର ଅର୍ଥାତ କଙ୍କାଳର ପରିଚୟ ଜାଣିବାକୁ ପୁଲିସ ପକ୍ଷରୁ ପୋଷ୍ଟର ଲଗାଯାଇଛି । ପୂର୍ବରୁ ବିଶେଷଜ୍ଞ ଦ୍ୱାରା ପ୍ରସ୍ତୁତ ମହିଳାଙ୍କ ସ୍କେଚ ସମ୍ବଳିତ ପୋଷ୍ଟର ମରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡ ଓ ଓଭରବ୍ରିଜରେ ପୁଲିସ ପୋଷ୍ଟାର ଲଗାଇଛି । ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ୧୪ଟି ଅଞ୍ଚଳରେ ମଧ୍ୟ ଉକ୍ତ ପୋଷ୍ଟର ଲଗାଯିବ ବୋଲି ଜଣାଯାଇଛି । ପ୍ରକାଶ ଯେ, ଯାଁଳା ଫାଣ୍ଡି ପରିସର କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ତଦନ୍ତ ଚାଲିଛି । କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଥିଲା । ବେଙ୍ଗଲୁରର ବିଶେଷଜ୍ଞଙ୍କ ଦ୍ୱାରା ମହିଳାଙ୍କ ସ୍କେଚ୍ ଅଙ୍କା ଯାଇଥିଲା । ସ୍କେଚକୁ ଦେଖି ମହିଳାଙ୍କ ପରିଚୟ ହାସଲ ଲାଗି ପୋଲିସ ଚେଷ୍ଟା ଜାରି ରଖିଛି । ଗଞ୍ଜେଇ ମାମଲାରେ ଫାଣ୍ଡି ପରିସରରେ ଜବତ ହୋଇ ପଡ଼ି ରହିଥିବା ଏକ କାର ଭିତରୁ ମିଳିଥିଲା ଜଣେ ମହିଳାଙ୍କ କଙ୍କାଳ । ପୁଲିସ ବାବୁମାନେ ଥାନାକୁ ଯିବା ଆସିବା କରୁଥିଲେ । ଅନେକ ଅଭିଯୋଗକାରୀ ବି ଥାନାକୁ ଆସୁଥିଲେ । ଅଥଚ କେହି ଜାଣି ପାରିଲେନି । ଉକ୍ତ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଥିଲା । କଙ୍କାଳଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିବା ପରେ ଘଟଣାଟି ଅଧିକ ରୋଚକ ହୋଇଥିଲା । ଏହି ଘଟଣା ପଦାକୁ ଆସିବା ପରେ ଉକ୍ତ ଫାଣ୍ଡିର ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ଡିସିପି ଉମାଶଙ୍କର ଦାଶ । ଚୋରାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୦୧୯ ନଭେମ୍ବରରେ ଯାଁଳା ଫାଣ୍ଡି ଅଞ୍ଚଳରୁ ଏକ କାର (ଓଡି୦୨ଡି୩୭୩୭) ଜବତ କରିଥିଲା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୁଲିସ । ଜବତ ହୋଇଥିବା ଗଞ୍ଜେଇ ଓ ଅଭିଯୁକ୍ତଙ୍କୁ ଧରି ନେଇଥିଲା । ଜବତ କାରକୁ ନ ନେଇ ୧୬ ନଂ ଜାତୀୟ ପଥ ପାଶ୍ୱର୍ରେ ଥିବା ଯାଁଳା ଫାଣ୍ଡି ପରିସରରେ ରଖିଦେଇଥିଲା । ଫାଣ୍ଡି ପରିସରରେ ଜବତ ହୋଇ ପଡ଼ି ରହିଥିବା କାର ଭିତରୁ ମିଳିଥିଲା ଜଣେ ମହିଳାଙ୍କ କଙ୍କାଳ ।