ବିଧାନସଭାରେ ଉଠିଲା ବ୍ୟୋମକେଶ ରାୟଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗ

ବିଧାନସଭାରେ ଉଠିଲା ବ୍ୟୋମକେଶ ରାୟଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗ

ବିଧାନସଭାରେ ଉଠିଲା  ବ୍ୟୋମକେଶ ରାୟଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗ
ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଏହି ପ୍ରସଙ୍ଗକୁ ଉଠାଇ ଶାସକ ଦଳର ନେତା ସାଧାରଣ ପୁଲିସକୁ ଧମକାଇବେ କି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ଘଟଣାର ନିପେକ୍ଷ ତଦନ୍ତ ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ବିଧାୟକଙ୍କ ଆଚରଣରେ ଶାଳିନତା ରଖିବାକୁ ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି ଶ୍ରୀ ନାଏକ । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଧାୟକ ବ୍ୟୋମକେଶ ରାୟ । ବିରୋଧୀଦଳ ନେତା ଗୃହକୁ ବିଭ୍ରାନ୍ତି କରୁଛନ୍ତି ବୋଲି ଶ୍ରୀ ରାୟ ଅଭିଯୋଗ କରିଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ମସ୍ପୃକ୍ତ ପୁଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ । ମୁଁ ତାଙ୍କୁ ଫୋନ କରିଥିଲି । ଆଇନ ତା’ ବାଟରେ ଯିବ ବୋଲି କହିଥିଲି । ମୋ ଅଡିଓ ଟେପକୁ ବିଭ୍ରାନ୍ତି କରି ଭାଇରାଲ କରାଯାଉଛି । ଯଦି ବାଚସ୍ପତି ଚାହିଁବେ ମୁଁ ଗୃହରେ ଉକ୍ତ ଟେପକୁ ଉପସ୍ଥାପନ କରିପାରିବି ବୋଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ।