ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଦଳୀୟ ପ୍ରାର୍ଥୀ ଚୟନ ନେଇ ବିଜେପିର କସରତ ଆରମ୍ଭ

ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଦଳୀୟ ପ୍ରାର୍ଥୀ ଚୟନ ନେଇ ବିଜେପିର କସରତ ଆରମ୍ଭ

ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଦଳୀୟ ପ୍ରାର୍ଥୀ ଚୟନ ନେଇ ବିଜେପିର କସରତ ଆରମ୍ଭ
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରସଙ୍ଗରେ ଦଳୀୟ ପ୍ରାର୍ଥୀ ଚୟନ ନେଇ ବିଜେପିର କସରତ ଆରମ୍ଭ ହୋଇଯାଇଛି । ଏନେଇ ଦଳୀୟ ମୁଖ୍ୟାଳୟରେ ବରିଷ୍ଠ ନେତାମାନଙ୍କ ଆଲୋଚନା ହେଉଥିବା ଜଣାଯାଇଛି । ଏନେଇ ଅନୁଷ୍ଠିତ ବୈଠକରେ ସମ୍ବିତ ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ପ୍ରଭାତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ପ୍ରକାଶ ଯେ, ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଙ୍ଗଳବାରଠାରୁ ପ୍ରାର୍ଥୀନାମାଙ୍କନ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମାର୍ଚ୍ଚ ୩୦ ତାରିଖ ନାମାଙ୍କନର ଶେଷ ଦିନ। ସେହିପରି ମାର୍ଚ୍ଚ ୩୧ ତାରିଖରେ ହେବ ନାମାଙ୍କନପତ୍ର ଯାଞ୍ଚ। ଏପ୍ରିଲ ୩ ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ତେବେ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।